27.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶଅନିଲ ଅମ୍ବାନୀଙ୍କୁ ବ୍ୟାନ୍ କଲା ସେବି; ୨୫ କୋଟିର ଜୋରିମାନା ସହ ଟ୍ରେଡିଂ ମାର୍କେଟ୍‌ରୁ ୫...

ଅନିଲ ଅମ୍ବାନୀଙ୍କୁ ବ୍ୟାନ୍ କଲା ସେବି; ୨୫ କୋଟିର ଜୋରିମାନା ସହ ଟ୍ରେଡିଂ ମାର୍କେଟ୍‌ରୁ ୫ ବର୍ଷ ପାଇଁ ନିଷିଦ୍ଧ

ନୂଆଦିଲ୍ଲୀ: ମାର୍କେଟ୍ ରେଗୁଲେଟରୀ ବଡ଼ି ତଥା ପ୍ରତିଭୂତି ସିକ୍ୟୁରିଟି ବଜାର ନିୟନ୍ତ୍ରକ ‘ସେବି’ ଦେଶର ଅନ୍ୟତମ ଆରବପତି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ଭାଇ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସ (ଆର୍‌ଏଚ୍‌ଏଫ୍‌ଏଲ୍‌)ର କିଛି ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେବି, ଅନିଲଙ୍କ ଉପରେ ୨୫ କୋଟି ଟଙ୍କାର ଜୋରିମାନା ସହ ୫ ବର୍ଷ ପାଇଁ ସିକ୍ୟୁରିଟି ବଜାର (ଟ୍ରେଡିଂ ମାର୍କେଟ୍‌) ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଛି । ଏହାର ଅର୍ଥ ଅନିଲ ଅମ୍ବାନୀ ଆସନ୍ତା ପାଞ୍ଚ ବର୍ଷ ପାଇଁ କୌଣସି ଲିଷ୍ଟେଡ୍ କମ୍ପାନୀର ନିର୍ଦ୍ଦେଶକ କିମ୍ବା ଅନ୍ୟ କୌଣସି ମୁଖ୍ୟ ପଦବୀରେ ରହିପାରିବେ ନାହିଁ । ପ୍ରକାଶ, ବ୍ରିଟେନ୍‌ର ଏକ କୋର୍ଟରେ ଅନିଲ ଅମ୍ବାନୀ ନିଜକୁ ଦେବାଳିଆ ଘୋଷିତ କରିସାରିଛନ୍ତି ।

ସେବି ପକ୍ଷରୁ ଜାରି ୨୨୨ ପୃଷ୍ଠାର ଚୂଡ଼ାନ୍ତ ଆଦେଶରେ ଦର୍ଶାଯାଇଛି ଯେ, ୨୦୧୮-୧୯ରେ ଅନୀଲ ଅମ୍ବାନୀ ଏବଂ ଆରଏଚ୍‌ଏଫ୍‌ଏଲ୍‌ର ଶୀର୍ଷ ଅଧିକାରୀମାନେ ଅମ୍ବାନୀଙ୍କ ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ଋଣ ଦେବା ବାହାନାରେ ଆର୍‌ଏଚ୍‌ଏଫ୍‌ଏଲ୍‌ରୁ ପାଣ୍ଠି ହଡ଼ପ କରିବା ପାଇଁ ଜାଲିଆତି କରିଥିଲେ । ଏହି ଷଡଯନ୍ତ୍ର ମାଧ୍ୟମରେ ଲିଷ୍ଟେଡ କମ୍ପାନୀଗୁଡିକରୁ ଅର୍ଥ ହଡପ କରାଯାଇ ଅନିଲ ଅମ୍ବାନୀଙ୍କ ସହ ଜଡିତ କମ୍ପାନୀର ପ୍ରୋତ୍ସାହକ ଥିବା ଅଯୋଗ୍ୟ ଋଣଦାତାଙ୍କୁ ଋଣ ଭାବରେ ପ୍ରଦାନ କରାଯାଇଛି । ହଡପ ଅର୍ଥର ପରିମାଣ ପ୍ରାୟ ୮୪୭୦ କୋଟି ଟଙ୍କା ହେବ ବୋଲି ସେବି ଦର୍ଶାଇଛି । ତେବେ ଏଭଳି ବେଆଇନ୍ ଋଣ ପ୍ରକ୍ରିୟାକୁ ବନ୍ଦ କରିବା ଏବଂ କର୍ପୋରେଟ୍ ଋଣର ନିୟମିତ ତଦାରଖ ପାଇଁ ଆରଏଚ୍‌ଏଫ୍‌ଏଲ୍ ବୋର୍ଡ ଅଫ୍ ଡିରେକ୍ଟର୍‌ସଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ମ୍ୟାନେଜ୍‌ମେଣ୍ଟ ଏହି ଆଦେଶକୁ ଅଣଦେଖା କରିଥିଲା । ଅମ୍ବାନୀ ଏବଂ ଆରଏଚ୍‌ଏଫ୍‌ଏଲ୍‌ର ମୁଖ୍ୟ ପରିଚାଳକ କର୍ମଚାରୀମାନେ ଏହି ଠକେଇ ଯୋଜନା କରିଥିଲେ ଏବଂ ଅମ୍ବାନୀଙ୍କ ସହ ସଂପୃକ୍ତ ଥିବା ଋଣ ଅଯୋଗ୍ୟ ଋଣଧାରୀଙ୍କ ମାଧ୍ୟମରେ ପାଣ୍ଠି ଯୋଗାଉଥିଲେ ବୋଲି ସେବି କର୍ତ୍ତୃପକ୍ଷ ପ୍ରମାଣ ପାଇଥିଲେ । ଏତଦ୍‌ବ୍ୟତୀତ, ଅନିଲ ଅମ୍ବାନୀ “ଏଡିଏ ଗ୍ରୁପର ଅଧ୍ୟକ୍ଷ” ଭାବରେ ତାଙ୍କର ଭୂମିକା ଏବଂ ଆରଏଚ୍‌ଏଫ୍‌ଏଲ୍‌ର ହୋଲ୍ଡିଂ କମ୍ପାନୀରେ ତାଙ୍କର ପରୋକ୍ଷ ଅଂଶଧନକୁ ଏହି ଯୋଜନାକୁ ସହଜ କରିବା ପାଇଁ ବେଆଇନ୍ ଭାବେ ବ୍ୟବହାର କରିଥିଲେ ।

ସୁତରାଂ ଏହି ଠକେଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆର୍‌ଏଚ୍‌ଏଫ୍‌ଏଲ୍‌ର ପୂର୍ବତନ ଅଧିକାରୀ ଅମିତ ବାପନା, ରବୀନ୍ଦ୍ର ସୁଧାଲକର ଏବଂ ପିଙ୍କେଶ ଆର ଶାହାଙ୍କ ସମେତ ସମ୍ପୃକ୍ତ ୨୪ଟି ସଂସ୍ଥା ଉପରେ ସେବି ପକ୍ଷରୁ ଜୋରିମାନା ଲାଗୁ କରାଯାଇଛି । ଅମ୍ବାନୀଙ୍କୁ ୨୫ କୋଟି, ବାପନାଙ୍କୁ ୨୭ କୋଟି, ସୁଧାଲକରଙ୍କୁ ୨୬ କୋଟି ଏବଂ ଶାହାଙ୍କୁ ୨୧ କୋଟି ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛି ସେବି । ପ୍ରକାଶ, ବର୍ତ୍ତମାନ ସୁଦ୍ଧା ୯ ଲକ୍ଷରୁ ଅଧିକ ଲୋକ ରିଲାଏନ୍ସ ହୋମ ଫାଇନାନ୍ସରେ ବିନିଯୋଗ କରିଛନ୍ତି । ସେମାନେ ଏବେ ଖୁବ୍ କ୍ଷତିର ସମ୍ମୁଖୀନ ହେଉଥିବା ମଧ୍ୟରେ କମ୍ପାନୀ ଉପରେ ପ୍ରତିବନ୍ଧତ ଲଗାଇଛି ସେବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking