27.1 C
Bhubaneswar
Friday, May 1, 2026
Homeଦେଶ ବିଦେଶ୧୫୬ଟି ଔଷଧକୁ ନିଷିଦ୍ଧ କଲେ ସରକାର

୧୫୬ଟି ଔଷଧକୁ ନିଷିଦ୍ଧ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୫୬ଟି କକଟେଲ୍ (ମିଶ୍ରିତ) ଔଷଧକୁ ନିଷିଦ୍ଧ କରିଛନ୍ତି । ନିଷିଦ୍ଧ ଔଷଧ ତାଲିକାରେ ରହିଛି କେଶ ବୃଦ୍ଧି, ତ୍ୱଚାର ଯତ୍ନ ଏବଂ ଯନ୍ତ୍ରଣା ଉପଶମ, କିମ୍ବା ମଲ୍ଟିଭିଟାମିନ୍‌, ଆଣ୍ଟିପାରାସିଟିକ୍ସ, ଆଣ୍ଟିଆଲର୍ଜିକ୍ସ ଏବଂ ଆହୁରି ଅନେକ ଔଷଧ । ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫ୍‌ଡିସି) ହେଉଛି ଏକ ଔଷଧ ଯାହା ଗୋଟିଏ ବଟିକାରେ ଏକରୁ ଅଧିକ ଔଷଧକୁ ମିଶାଇଥାଏ ଏବଂ ଏହାକୁ ‘କକଟେଲ୍‌’ ଔଷଧ ମଧ୍ୟ କୁହାଯାଏ । ତେବେ ଔଷଧ କମ୍ପାନିଗୁଡ଼ିକ ଏହି କଟକଣାର ଅର୍ଥନୈତିକ ପ୍ରଭାବ ବିଷୟରେ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ।

କିନ୍ତୁ ସିପ୍ଲା, ଟରେଣ୍ଟ, ସନ୍ ଫାର୍ମା, ଆଇପିସିଏ ଲ୍ୟାବ୍ସ ଏବଂ ଲୁପିନ୍ ଭଳି ପ୍ରମୁଖ ଫାର୍ମା କମ୍ପାନୀର କେତେକ ଉତ୍ପାଦ ଏହି ନିଷେଧାଦେଶ ଦ୍ୱାରା ପ୍ରଭାବିତ ହୋଇଛି । ସରକାରଙ୍କ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏହି ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ଔଷଧର ବ୍ୟବହାର ମଣିଷ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ବେଳେ ସେହି ଔଷଧର ଅନ୍ୟ ସୁରକ୍ଷିତ ବିକଳ୍ପ ରହିଛି । କେନ୍ଦ୍ର ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଏହି ମାମଲାର ତଦନ୍ତ କରିଥିଲେ, ଯେଉଁଥିରେ ଏହି ଏଫଡିସିଗୁଡ଼ିକ ଅଯୌକ୍ତିକ ବୋଲି ଦର୍ଶାଯାଇଥିଲା । ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରି ବୋର୍ଡ (ଡିଟିଏବି) ମଧ୍ୟ ଏହି ଔଷଧଗୁଡ଼ିକୁ ଯାଞ୍ଚ କରି ଏହି ଏଫ୍ଡିସିରେ ଅନ୍ତର୍ଭୁକ୍ତ ଔଷଧର ଚିକିତ୍ସା ବିଜ୍ଞାନ ଅନୁଯାୟୀ କୌଣସି ଅର୍ଥ ନାହିଁ ବୋଲି ସୁପାରିସ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking