ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା । ଫଳରେ ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ଆଖି ବୁଜିଛନ୍ତି ୪ ନେପାଳୀ ପର୍ଯ୍ୟଟକ । ଖାଟ ଗେଦେରା ହେଲିପ୍ୟାଡ ନିକଟରେ ଭୁସ୍ଖଳନ ଘଟି ମାଟି ତଳେ ୪ ନେପାଳୀ ପର୍ଯ୍ୟଟକ ଚାପି ହୋଇ ଯାଇଥିଲେ। ଖବର ପାଇବା ପରେ ଡିଡିଆରଏଫ ଟିମ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ବହୁ ପରିଶ୍ରମ ପରେ ସମସ୍ତ ପର୍ଯ୍ୟଟକଙ୍କ ମୃତଦେହକୁ ମାଟି ତଳୁ ଉଦ୍ଧାର କରାଯାଇଛି।ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି। ଭୁସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବଡ଼ ବଡ଼ ପଥର ସହ ମାଟି ଜମି ରହିଛି। ନନ୍ଦପ୍ରୟାଗ, ଚିହିଙ୍କା, ଗୁଲାବକୋଟି ଏବଂ ପାଙ୍ଗାନାଲା ଓ କାଞ୍ଚନାଲାରେ ଯାତ୍ରାୟତ ସଂପୂର୍ଣ୍ଣ ବନ୍ଦ ରହିଛି। ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।










