ଭୁବନେଶ୍ୱର: ରାଜ୍ୟରେ ମୋଟ୍ ୩,୦୬,୪୫୩ଟି ଟ୍ରକ ପଞ୍ଜିକରଣ ହୋଇ ଚଳାଚଳ କରୁଥିବାବେଳେ ଝାରସୁଗୁଡା ଜିଲ୍ଲାରେ ପାଖାପାଖି ୧୪,୪୧୩ଟି ଟି ଟ୍ରକ ପଞ୍ଜିକରଣ ହୋଇ ଚଳାଚଳ କରୁଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନନ୍ତ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାଜ୍ୟରେ ଟ୍ରକ ଚଳାଚଳ ସଂକ୍ରାନ୍ତରେ ବିଧାୟକ ଶ୍ରୀ ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଝାରସୁଗୁଡାରେ ଚଳାଚଳ କରୁଥିବା ଟ୍ରକଗୁଡିକ ମୁଖତଃ କୋଇଲା, ଖଣିଜ ଜାତୀୟ ପଦାର୍ଥ ଓ ଜିଲ୍ଲାର ବିଭିନ୍ନ କଳ କାରଖାନାରୁ ପ୍ରସ୍ତୁତ ଉତ୍ପାଦ ପରିବହନ କରୁଛି ।
ଜିଲ୍ଲାରେ ଟ୍ରକଗୁଡିକ ରଖିବା ସହିତ ଚାଳକ ଓ ସହାୟକମାନଙଙ୍କ ବିଶ୍ରାମ ନେବାପାଇଁ ଗୋଟିଏ ଟ୍ରକ ଟର୍ମିନାଲ ୪୯ ନମ୍ବର ଜାତୀୟ ରାଜପଥ କଡରେ ରହିଛି । ଆଉ ୩ଟି ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଆବେଦନ କରାଯାଇଛି । ଜିଲ୍ଲାର ପଣ୍ଡୁରିପତ୍ର ଠାରେ ଏକ ଟ୍ରକ ଟର୍ମିନାଲ ସରକାରୀ ସ୍ତରରେ ନିର୍ମାଣାଧିନ ରହିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ପଞ୍ଜିକୃତ ହୋଇ ଚଳାଚଳ କରୁଥିବା ୩,୦୬,୪୫୩ଟି ଟ୍ରକ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୪୮,୮୧୪ଟି ଥିବାବେଳେ ସୁନ୍ଦରଗଡରେ ୪୧,୬୪୦ଟି, ଯାଜପୁରରେ ୩୬,୦୪୭ଟି, ଅନୁଗୁଳର ୨୮,୯୬୭ଟି,କଟକରେ ୨୪,୫୭୬ଟି, ଖୋରଧାରେ ୨୨,୫୧୦ଟି ଟ୍ରକ ଚଳାଚଳ କରୁଛି । ଦେବଗଡ ଜିଲ୍ଲାରେ ସବୁଠାରୁ କମ୍ ମାତ୍ର ୪୧୨ଟି ଟ୍ରକ ଚଳାଚଳ କରୁଛି ।










