କୋଲକାତା: କୋଲକାତାର ଆରଜି କର ମେଡିକାଲରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ତେଜିଛି ଆନ୍ଦୋଳନ । ପଶ୍ଚିମବଙ୍ଗରୁ ଓଡ଼ିଶା, ହାଇଦ୍ରାବାଦରୁ ମୁମ୍ବାଇ ଦେଶର ପ୍ରତିଟି ସହରରେ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ଡାକ୍ତର ମାନେ । ଏହି ଘଟଣାକୁ ବିରୋଧ କରି ଆଜି ଭାରତୀୟ ଭେଷଜ ପରିଷଦ (ଆଇଏମଏ) ପକ୍ଷରୁ ଦେଶବ୍ୟାପି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି । ଆଜି ସକାଳ 6ଟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ପଶ୍ଚମବଙ୍ଗ ସମେତ ପାଟନା, ଚେନ୍ନାଇ, ରାଜକୋଟ,କେରଳ, ଉଦୟପୁର,ମୁମ୍ବାଇରେ ଧର୍ମଘଟ ଜାରି ରଖିଛନ୍ତି ଡାକ୍ତର । ଏତିପାିଁ ଡାକ୍ତିରୀ ସେବା ବ୍ୟାହତ ହୋଇଛି । ଧର୍ମଘଟ ସମୟରେ କେବଳ ଜରୁରୀ ସେବା ବ୍ୟତିତ ଅନ୍ୟ ସବୁ ବନ୍ଦ ରହିବ ।










