32.1 C
Bhubaneswar
Thursday, April 30, 2026
Homeଓଡିଶାଜିଏସଟି ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ

ଜିଏସଟି ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ୫ କୋଟି ୮୫ ଲକ୍ଷ ଟଙ୍କାର ଟିକସ ହେରଫେର କରିଥିବା ଅଭିଯୋଗରେ ଫସିଛନ୍ତି ଯାଜପୁର ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ। ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଯାହାଦ୍ଵାରା ସରକାରଙ୍କର ପ୍ରାୟ ୫ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ଵ ହାନି ଘଟିଛି। ଏହି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ବିନୟଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଛି। ଭୁବନେଶ୍ଵର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀଙ୍କ ଏକାଧିକ ଟିମ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking