18.1 C
Bhubaneswar
Wednesday, February 4, 2026
Homeଓଡିଶାଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ : ପ୍ରଧାନ ଶିକ୍ଷକ ନିଲମ୍ବିତ

ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ : ପ୍ରଧାନ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲଙ୍କ ନାମରେ ସାଂଘାତିକ ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ।
ଛାତ୍ରୀମାନଙ୍କୁ ଅଶ୍ଲୀଳ ଇଙ୍ଗିତ ଓ ସ୍ପର୍ଶ କରିବା ସହ ଯୌନ ନିର୍ଯାତନା। ପ୍ରତିବାଦରେ ଆଜି ସକାଳୁ ଛାତ୍ରୀମାନେ ସ୍କୁଲ ଛାଡ଼ି ରାସ୍ତାରୋକ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରେଣୀ କକ୍ଷରେ ଓ ନିଜ ସରକାରୀ ଆବାସକୁ ଛାତ୍ରୀଙ୍କୁ ଡାକି ଅଶ୍ଲୀଳ କଥା କହି ଅନ୍ତ୍ରବସ୍ତ୍ରରେ ହାତ ମାରୁଥିବା ଛାତ୍ରୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। କେହି ଏହାର ବିରୋଧ କଲେ ସାର୍ଟିଫିକେଟ ଦେଇ ବାହାର କରିଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking