30 C
Bhubaneswar
Wednesday, July 15, 2026
Homeଓଡିଶାପରିଚୟ ଫାଉଣ୍ଡେସନ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ପରିଚୟ ଫାଉଣ୍ଡେସନ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ପବିତ୍ର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ସମାଜରୁ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ମହିଳାମାନଙ୍କ ନିମନ୍ତେ ପରିଚୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ପୋଷଣ’ ସାଲିଆ ସାହିରେ ଭାରତ ସରକାରଙ୍କ ଉଦ୍ୟୋଗ ବାମର ଲରି ଆଣ୍ଡ କମ୍ପାନୀ ଲିମିଟେଡ଼ ସହଯୋଗରେ ଶୁଭାରମ୍ଭ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବେଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ନିଃସହାୟ ଓ ଗରିବ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ସେ କହିଥିଲେ ଭୁବନେଶ୍ୱରର ବସ୍ତି ମାନଙ୍କରେ ରହୁଥିବା ଅଧିକାଂଶ ମହିଳା ଓ ଶିଶୁ ଆର୍ଥିକ ଅନାଟନ ହେତୁ ପୁଷ୍ଟିକର ଯୁକ୍ତ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି। ପରିଚୟ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହି ପୁଷ୍ଟିକର ଖାଦ୍ୟ ମହିଳା ଓ ଶିଶୁମାନଙ୍କୁ ସୁସ୍ଥ ଓ ନିରୋଗ ରଖିବାରେ ସହାୟକ ହେବ। ପରିଚୟର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଏହି ଖାଦ୍ୟ ଦୀର୍ଘ ଛ ମାସ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ବସ୍ତି ଓ ଉପାନ୍ତ ଅଞ୍ଚଳର ଗାଁ ମାନଙ୍କରେ ବଣ୍ଟନ କରାଯିବ ବୋଲି ଘୋଷଣା କରିଥିଲେ l ଏବଂ ପୋଷଣ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବାମର ଲରି କମ୍ପାନୀ ଲିମିଟେଡ଼ର ସି. ଏସ. ଆର. ହେଡ଼ ଦିଲ୍ଲୀପ ଦାସ ଏବଂ ଡାଇରେକ୍ଟର ଏଚ. ଆର. ଅଭିଜିତ ଘୋଷଙ୍କୁ କୃତଜ୍ଞତା ଜଣାଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking