31.1 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଇସ୍ରୋର ଆଉ ଏକ ମାଇଲଖୁଣ୍ଟ

ଇସ୍ରୋର ଆଉ ଏକ ମାଇଲଖୁଣ୍ଟ

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏସଏସଏଲଭି-ଡି୩ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ ଇଓଏସ-୮ର ସଫଳ ଉତକ୍ଷେପଣ ହୋଇଛି । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ପାଇପାରିବ । କ୍ଷୁଦ୍ର ସାଟେଲାଇଟ୍‍ ଲଞ୍ଚ ଯାନ ଏସଏସଏଲଭି-ଡି୩ ର ତୃତୀୟ ତଥା ଅନ୍ତିମ ବିକାଶମୂଳକ ଉଡାଣ ମାଧ୍ୟମରେ ଏହା ଉତକ୍ଷେପଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking