27.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତି ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତି ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ଆଜି ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସ୍ୱତନ୍ତ୍ରତା ଦିବସର ଶୁଭ କାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଆଗାମୀ ଭାରତର ଲକ୍ଷ୍ୟ ଏବଂ ଦେଶର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “୧୪୦ କୋଟି ଭାରତୀୟ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତିତ ଅଛନ୍ତି।” ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ। ସେଠାକାର ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ଆମେ ଆଶା କରୁଛୁ। ଭାରତୀୟମାନେ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷିତ ଏବଂ ନିଶ୍ଚିନ୍ତ ରୁହନ୍ତୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣକୁ ନେଇ ବ୍ୟାପକ ଜନ ଅସନ୍ତୋଷ ମଧ୍ୟରେ ଅଗଷ୍ଟ ୧୪୦ରେ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ସେ ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଛନ୍ତି। ଏହାପରେ ସଂରକ୍ଷଣକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଥିଲା। କିଛି ଆନ୍ଦୋଳନକାରୀ ମନ୍ଦିର ଭଙ୍ଗାରୁଜା କରିବା ସହ ହିନ୍ଦୁମାନଙ୍କୁ ଟାର୍ଗେଟ କରିଥିଲେ। ସେମାନଙ୍କ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗି ଦେବା ସହ ନିଆଁ ଲଗାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking