26.3 C
Bhubaneswar
Thursday, April 9, 2026
Homeଓଡିଶାହୀରାକୁଦ : ଡ୍ରୋନ୍ ଉଡ଼ାଇବା ଘଟଣାରେ ଓୟୁଏଟି ଛାତ୍ରଙ୍କୁ ପଚରାଉଚରା

ହୀରାକୁଦ : ଡ୍ରୋନ୍ ଉଡ଼ାଇବା ଘଟଣାରେ ଓୟୁଏଟି ଛାତ୍ରଙ୍କୁ ପଚରାଉଚରା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ାଇବା ଘଟଣା ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର କରିଥିବା ଜଣା ପଡିଛି। ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୁଲିସ। ଏହି ଛାତ୍ରଙ୍କୁ ଥାନକୁ ଡକାଇ ତଦନ୍ତ କରିବ ପୁଲିସ। ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଛାଡିବା ପରେ ଘଟଣା ସାମ୍ନାକୁ ଆସିଥିଲା। ୨୮ ତରିଖ ହୀରାକୁଦ ଭଣ୍ଡାର ତାର ଗେଟ ଖୋଲିବା ସମୟରେ ଏହି ଯୁବକ ଜଣକ ଡ୍ରୋନ୍ ଉଡାଇ ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିଲେ। ଡ୍ୟାମର ସମସ୍ତ ଆଙ୍ଗେଲରୁ ଭିଜୁଆଲ ନିଆଯାଇ ସୁରକ୍ଷା ବ୍ୟବସ୍ଥାର ଧଜ୍ଜିଆ ଉଡାଇଛନ୍ତି ଏହି ଯୁବକ ଜଣଙ୍କ। ଯେତେବେଳେ ନିଷିଦ୍ଧାଂଚଳ ବୋଲି ଗଣମାଧ୍ୟମକୁ ୪ ବର୍ଷ ହେବ ସ୍ପିଲ ୱେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଛନ୍ତି ବ୍ଲଗର୍। ଏହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking