25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ ସିଟ୍ : ପ୍ରଧାନମନ୍ତ୍ରୀ

୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ ସିଟ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେଇଛନ୍ତି ମୋଦି । ଆସନ୍ତା ୫ ବର୍ଷ ଭିତରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବା ନେଇ ନିଜ ଅଭିଭାଷଣରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧ ଲକ୍ଷ ମେଡିକାଲ ସିଟ୍ ସୃଷ୍ଟି କରାଯାଇଛି । ପ୍ରତିବର୍ଷ ପ୍ରାୟ ୨୫ ହଜାର ଭାରତର ଛାତ୍ରଛାତ୍ରୀ ବିଦେଶକୁ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି । ଯେଉଁଠି ତାଙ୍କୁ ଶିକ୍ଷାର ଭଲ ମାନଦଣ୍ଡ ମିଳୁନାହିଁ । ତେଣୁ ଏଭଳି ସ୍ଥିତିକୁ ଦୂର କରିବା ପାଇଁ ସରକାର ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବ । ଏଥିପାଇଁ ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି । ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା ବୋଲି କହିଛନ୍ତି ମୋଦି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking