28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶହତ୍ୟାକାରୀକୁ ଚିହ୍ନାଇଦେଲା ପ୍ରେମିକାଙ୍କ ଟାଟୁ

ହତ୍ୟାକାରୀକୁ ଚିହ୍ନାଇଦେଲା ପ୍ରେମିକାଙ୍କ ଟାଟୁ

ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ଜଣେ ମହିଳାଙ୍କ ଅଧା ପୋଡିଯାଇଥିବା ମୃତଦେହ ଚିହ୍ନଟ କରାଯାଇଛି। ପରିବାର ସଦସ୍ୟମାନେ ହାତରେ ଥିବା ଟାଟୁରୁ ମୃତଦେହ ଚିହ୍ନଟ କରିଥିଲେ। ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଆଉ ଏଥିପାଇଁ ପ୍ରେମିକ ହିଁ ତାଙ୍କୁ ହତ୍ୟା କରିଥିବାର ପୁଲିସ କହିଛି ।

ପୁଲିସର ସୂଚନା ମୁତାବକ ଦେଓଘରର ପୱନ ଚୌଧୁରୀଙ୍କ ସହ ଉକ୍ତ ମହିଳାଙ୍କର ପ୍ରେମ ସମ୍ପର୍କ ଥିଲା । ସେ ବିବାହିତା ଥିଲେ ବି ପ୍ରେମରେ ପଡ଼ିଥିଲେ। ୭ ଦିନ ତଳେ ପ୍ରେମିକ ତାଙ୍କୁ ବୁଲାଇବାର ବାହାନା କରି ଏକ ବାଇକରେ ମଶାନଜୋର ଡ୍ୟାମକୁ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିବା ବେଳେ ତାଙ୍କ ପ୍ରେମିକାଙ୍କୁ ଜଙ୍ଗଲରେ ଗଳା କାଟି ହତ୍ୟା କରିଥିଲେ। ପ୍ରମାଣ ଲୁଚାଇବା ପାଇଁ ସେ ବାଇକରୁ ପେଟ୍ରୋଲ ବାହାର କରି ମୃତଦେହରେ ଛିଞ୍ଚି ନିଆଁ ଲଗାଇ ପଳାଇଥିଲେ। ତେବେ ଏନେଇ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking