27.4 C
Bhubaneswar
Thursday, May 14, 2026
Homeଦେଶ ବିଦେଶଜେଲରୁ ମୁକୁଳିବ ଆଶାରାମ ବାପୁ

ଜେଲରୁ ମୁକୁଳିବ ଆଶାରାମ ବାପୁ

ନୂଆଦିଲ୍ଲୀ : ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ମିଳିଛି ବଡ଼ ଆଶ୍ୱସ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲା ହେଲେ ତାକୁ ଏବେ ବଡ଼ ଆଶ୍ୱସ୍ତି ମିଳିଛି । ସେ ଜେଲରୁ ମୁକୁଳିବ। ତାକୁ ରାଜସ୍ଥାନ ହାଇକୋର୍ଟ ଚିକିତ୍ସା ନିମନ୍ତେ ୭ ଦିନର ପାରୋଲ ଦେଇଛନ୍ତି। ୮୫ ବର୍ଷୀୟ ଆଶାରାମ ଏବେ ପୁଲିସ୍‌ର କଡ଼ା ସୁରକ୍ଷାବଳୟ ମଧ୍ୟରେ ନିଜର ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବ। ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଆଶାରାମ ବାପୁ ୨ଥର ପାରୋଲ ପାଇଁ କରିଥିବା ଆବେଦନକୁ ଖାରଜ କରିଥିଲେ। ସେ ପାରୋଲରେ ଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା କୋର୍ଟ କହିଥିଲେ। ହେଲେ ଏଥର ଚିକିତ୍ସା ପାଇଁ ତାକୁ ୭ ଦିନର ପାରୋଲ ମିଳିଛି।ଚଳିତ ବର୍ଷ ଫେବୃଆରୀ ମାସରେ ଆଶାରାମ ବାପୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ଜେଲରୁ ଯୋଧପୁର ଏମ୍ସକୁ ନିଆଯାଇଥିଲେ। ଚିକିତ୍ସା ପରେ ସେ ଜେଲକୁ ଫେରିଥିଲା। ନିଜର ଆଶ୍ରାମ ଭିତରେ ଜଣେ କିଶୋରୀଙ୍କୁ ଆଶାରାମ ଦୁଷ୍କମ କରିଥିଲା। ଏଥିପାଇଁ ଯୋଧପୁରରେ ଥିବା ଗୋଟିଏ ପୋକ୍‌ସ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଯୋଧପୁରର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking