26.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶସୀମା ଅନୁପ୍ରବେଶ ଅପେକ୍ଷାରେ ୫୦୦ରୁ ଊର୍ଦ୍ଧ୍ୱ ବାଂଲାଦେଶୀ; ଆହୁରି ଆସୁଛନ୍ତି, ସତର୍କ ବିଏସ୍‌ଏଫ୍ ଯବାନ୍‌

ସୀମା ଅନୁପ୍ରବେଶ ଅପେକ୍ଷାରେ ୫୦୦ରୁ ଊର୍ଦ୍ଧ୍ୱ ବାଂଲାଦେଶୀ; ଆହୁରି ଆସୁଛନ୍ତି, ସତର୍କ ବିଏସ୍‌ଏଫ୍ ଯବାନ୍‌

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଏବେ ଦେଖିବାକୁ ମିଳୁଛି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ପରେ ସେଠାକାର ଲୋକେ ଏବେ ଭାରତମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି, ଯେଉଁଥିରେ ୫୦୦ରୁ ଅଧିକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ସେହିପରି ସୀମାରେ ମୁତୟନ ଥିବା ଭାରତୀୟ ବିଏସଏଫ ଯବାନମାନେ ମଧ୍ୟ ଅତ୍ୟନ୍ତ ସତର୍କତାର ସହ ସେମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଅନୁପ୍ରବେଶ କରାଇ ଦେଇନାହାନ୍ତି।
ରିପୋର୍ଟ ଅନୁସାରେ ଭାରତ ଅଭିମୁଖେ ଏବେ ହଜାର ହଜାର ସଂଖ୍ୟକ ବାଂଲାଦେଶୀ ଆଗଭର ହେବାରେ ଲାଗିଛନ୍ତି। କିଛି ଆସି ସୀମାରେ ପହଞ୍ôଚସାରିଥିବା ବେଳେ ଆହୁରି ଅନେକ ସୀମା ଆଡକୁ ଆସୁଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ଅନୁପ୍ରବେଶକାରୀମାନେ ବାଂଲାଦେଶର ପଞ୍ଚଗଡ଼ ଜିଲା ସୀମାନ୍ତରେ ରହିଛନ୍ତି। ସେମାନେ ଉକ୍ତ ସ୍ଥାନ ଛାଡ଼ି ଯାଉନାହାନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ସୀମାନ୍ତକୁ ଏହି ଅଞ୍ଚଳ ଲାଗିଛି। ସୁରକ୍ଷାରେ ସାମାନ୍ୟ କୋହଳ ହେଲେ ଭାରତରେ ପ୍ରବେଶ କରିବା ଆଶଙ୍କା ରହିଛି। ଅନୁପ୍ରବେଶକାରୀମାନେ କହିଛନ୍ତି ଯେ, ବାଂଲାଦେଶୀ ମୁସଲମାନମାନେ ସେମାନଙ୍କ ଘର ପୋଡ଼ାଜଳା କରିଦେଇଛନ୍ତି। ସେଥିପାଇଁ ସେମାନେ ଜୀବନ ବଞ୍ଚାଇବା ଲାଗି ଭାରତରେ ଆଶ୍ରୟ ନେବାକୁ ଚାହୁଁଛନ୍ତି। ଗତ ମଙ୍ଗଳବାର ଏକ ବାଂଲାଦେଶୀ ଦମ୍ପତି ଜାଲ୍ କାଗଜପତ୍ର ଜରିଆରେ ଭାରତରେ ପ୍ରବେଶ ଉଦ୍ୟମ କରିବା ସମୟରେ ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲାର ଏକ ଚେକ୍‌ପୋଷ୍ଟରେ ଧରାପଡ଼ିଥିଲେ। ପ୍ରକାଶ, ବାଂଲାଦେଶ ସହ ଭାରତର ସମ୍ପର୍କ ଭଲ ଥିବା ବେଳେ ଓଡିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଗମନ କିଛି ନୂଆ ନୁହେଁ। ତେବେ ବର୍ତ୍ତମାନ ସେଠାରେ ଦେଖାଦେଇଥିବା ପରିସ୍ଥିତି ଅନୁକୂଳ ନ ଥିବାରୁ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ସମୁଦ୍ର ପଥ ଦେଇ ଭାରତର ସମୁଦ୍ରତଟ ରାଜ୍ୟଗୁଡ଼ିକରେ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking