15.1 C
Bhubaneswar
Monday, December 22, 2025
Homeଓଡିଶାଆଖି ଖୋସିଲା ଯନ୍ତ୍ରୀଙ୍କ ସମ୍ପତ୍ତି

ଆଖି ଖୋସିଲା ଯନ୍ତ୍ରୀଙ୍କ ସମ୍ପତ୍ତି

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଛି ଆଉ ଜଣେ ବଡ଼ ମାଛ । ଆଉ ଜଣେ ମାଲଦାର ଯନ୍ତ୍ରୀଙ୍କ ଆଖି ତରଟା ସମ୍ପତ୍ତି ପାଇଲା ଭିଜିଲାନ୍ସ । ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ସମ୍ପୃକ୍ତ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଭଦ୍ରକରେ ୩ମହଲା କୋଠା ରହିଛି । ଏହାଛଡ଼ା ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଓ ପାଣ୍ଡରାରେ ଗୋଟିଏ ଫ୍ଲାଟ ରହିଛି । ସେହିପରି ଢେଙ୍କାନାଳରେ ଗୋଟିଏ କ୍ରସର ଓ ଢେ଼ଙ୍କାନାଳରେ ଗୋଟିଏ ମେଡିସିନ ଷ୍ଟୋର ରହିଛି । ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେ଼ଙ୍କାନାଳ, ଭଦ୍ରକ ଓ ଯାଜପୁରରେ ୪୨ଟି ପ୍ଲଟ ରହିଛି । ସେହିପରି ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର, ୨ଟି ବାଇକ ଜବତ କରାଯାଇଛି । ବ୍ୟାଙ୍କ ଓ ଡାକ ଘରେ ୮୮ ଲକ୍ଷର ଜମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ପ୍ରକାଶ ଯେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ବଡ଼ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ କରିଛି। କଟକ,ଖୋର୍ଦ୍ଧା, ଭଦ୍ରକଓ ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ ,ଭଦ୍ରକ ଆଚାର୍ୟ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି। ସେହିପରି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ପ୍ରଦୀପଙ୍କ ପୁଅ ନାଁରେ ଥିବା ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ପ୍ରଦୀପଙ୍କ ଯାଜପୁର ଓ ଖୋର୍ଦ୍ଧାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ଭୋର ପ୍ରାୟ ୪ଟା ସମୟରେ ୧୨ ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୯ ଡିଏସପି ସହ ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking