ଯାଜପୁର : ଯାଜପୁର ବ୍ଲକ ଯମଧର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନୀ ‘ ହାକାଥନ ୨.0’ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଯାଜପୁର ଜ଼ିଲ୍ଲାର ୧୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୩୬ ଟି ପ୍ରକଳ୍ପ ପ୍ରଦର୍ଶନ ପାଇଁ ୭0 ଜଣ ପ୍ରତିଯୋଗୀ ଓ ସେମାନଙ୍କର ସହାୟକ ଶିକ୍ଷକ ମାନେ ଯୋଗଦାନ କରିଥିଲେ l ପୂର୍ବାହ୍ନରେ ଏକ ଉଦଘାଟନୀ ସଭା ଉକ୍ତ ବିଦ୍ୟାଳୟର ଅଧକ୍ଷ ଦିଲୀପ କୁମାର ସାହୁଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶୁଭେନ୍ଦ୍ର କୁମାର ସାମଲ, ସମ୍ମାନିତ ଅତିଥି ରୂପେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରମୁଖ ଯୋଗ ଦେଇଥିବା ବେଳେ ଅପରାହ୍ନରେ ପୁରସ୍କାର ବିତରଣ ଓ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) ନବକିଶୋର ଜେନା, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଯୋଗ ଦେଇଥିଲେ। l ଏହି ସଭାରେ ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l