21.1 C
Bhubaneswar
Saturday, February 14, 2026
Homeଓଡିଶାଆଜି ବାହାରିବ +୨ ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତା ତାଲିକା

ଆଜି ବାହାରିବ +୨ ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତା ତାଲିକା

ଭୁବନେଶ୍ୱର : ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଯୋଗ୍ୟତା ତାଲିକା ଆଜି ପ୍ରକାଶ ପାଇବ। ଯୁକ୍ତ ୨ ମେଧା ତାଲିକା ଅପରାହ୍ଣ ୩ଟାରେ ସାମ୍‌‌ସ ୱେବସାଇଟ୍‌ରେ ଉପଲବ୍ଧ ହେବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଏହା ପରେ ୧୨ରୁ ୧୪ତାରିଖ ମଧ୍ୟରେ ସ୍ପଟ୍‌‌ ନାମଲେଖା ପାଇଁ ଚଏସ୍‌‌ ଲକିଂ କରିପାରିବେ ଛାତ୍ରଛାତ୍ରୀ। ସେହିପରି ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପରୀକ୍ଷାର୍ଥୀଙ୍କ ବିଷୟୱାରୀ ଓ ରାଜ୍ୟବ୍ୟାପୀ ତାଲିକା ମଧ୍ୟ ଆସନ୍ତାକାଲି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ୬ରୁ ୧୨ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଚଏସ୍‌‌ ଫିଲିଙ୍ଗ କରିବେ। ଏହାପରେ ୨୦ ତାରିଖ ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍‌‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ୩୧ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ୧୦ ତାରିଖରେ ତୃତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତବର୍ଷରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନରେ ୨୮ହଜାର ୯୮୪ଟି ସିଟ୍‌‌ ରହିଛି। ସେପ୍ଟେମ୍ବର ୧୮ ତାରିଖରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking