24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଷ୍ଟକ୍‌‌ ମାର୍କେଟକୁ ଝଟକା ; ହ୍ରାସ ପାଇଲା ନିଫ୍ଟି-ସେନ୍‌‌ସେକ୍ସ

ଷ୍ଟକ୍‌‌ ମାର୍କେଟକୁ ଝଟକା ; ହ୍ରାସ ପାଇଲା ନିଫ୍ଟି-ସେନ୍‌‌ସେକ୍ସ

ନୂଆଦିଲ୍ଲୀ: ଆଜି ଭାରତୀୟ ଷ୍ଟକ୍‌‌ ମାର୍କେଟରେ ଏକ ବିରାଟ କ୍ଷତି ଦେଖିବାକୁ ମିଳିଛି। ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଇରାନ-ଇସ୍ରାଏଲ୍‌‌ ଯୁଦ୍ଧ ପରିସ୍ଥିତି ଯୋଗୁ ବିଶ୍ୱ ଅର୍ଥନୀତିରେ ସୃଷ୍ଟି ହୋଇଛି ହାହାକାର। ଏହାର ପ୍ରଭାବ ଭାରତୀୟ ସେୟାର ବଜାରରେ ମଧ୍ୟ ପଡିଛି। ସୋମବାର ସେୟାର ବଜାର ଖୋଲିବା ପରେ ନିଫ୍ଟି ଏବଂ ସେନସେକ୍ସ ସୂଚକାଙ୍କରେ ବ୍ୟାପକ ହ୍ରାସ ସହିତ ବଜାର ଖୋଲିଥିଲା। ସେନସେକ୍ସ ୨୩୯୩.୭୬ ପଏଣ୍ଟ ତଥା ୨.୯୬ ପ୍ରତିଶତ ହ୍ରାସ ପାଇ ୭୮୫୮୮.୧୯ ପଏଣ୍ଟରେ କାରବାର ହେଉଛି। ସେହିପରି ନିଫ୍ଟି ୪୧୪.୮୫ ପଏଣ୍ଟ ତଥା ୧.୬୮ ପ୍ରତିଶତ ହ୍ରାସ ପାଇ ୨୪୩୦୨.୮୫ ପଏଣ୍ଟରେ ପହଞ୍ଚିଛି। ସକାଳ ୯.୧୫ମିନିଟରେ ବଜାର ଖୋଲିବା ପରେ ଭାରି ମାତ୍ରାରେ ହ୍ରାସ ହୋଇଥିଲା। ସେନସେକ୍ସ ୨୩୯୩ ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିଫ୍ଟି ୪୧୫ ପଏଣ୍ଟ ହ୍ରାସ ପାଇଛି। ବଜାର ଖୋଲିବାର ମାତ୍ର କିଛି ମିନିଟରେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜରେ ସୂଚୀବଦ୍ଧ କମ୍ପାନୀଙ୍କ ମାର୍କେଟ କ୍ୟାମ୍ପରେ ୯ଲକ୍ଷ କୋଟିରୁ ଅଧିକ ହ୍ରାସ ହୋଇଥିଲା। ଅର୍ଥାତ ଏହି ସମୟରେ ନିବେଶକାରୀ ୯ଲକ୍ଷ କୋଟିରୁ ଅଧିକ କ୍ଷତି ସହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking