20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୭.୨୮ କୋଟି ଅତିକ୍ରମ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୭.୫% ଅଧିକ ବୋଲି ଜଣାପଡିଛି। ୨୦୨୩ ଜୁଲାଇ ୩୧ ସୁଦ୍ଧା ଆଇଟିଆର ଦାଖଲ ସଂଖ୍ୟା ୬.୭୭ କୋଟି ଥିଲା। ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ମୋଟ ୭.୨୮ କୋଟି ଆଇଟିଆର ମଧ୍ୟରୁ ୫.୨୭ କୋଟି ନୂଆ ଟିକସ ବ୍ୟବସ୍ଥାରେ ଦାଖଲ ହୋଇଥିବା ବେଳେ ପୁରୁଣା ଟିକସ ବ୍ୟବସ୍ଥାରେ ୨.୦୧ କୋଟି ଆଇଟିଆର ଦାଖଲ ହୋଇଛି। ୭୨% ଟିକସଦାତା ନୂଆ ଟିକସ ବ୍ୟବସ୍ଥାକୁ ପସନ୍ଦ କରିଥିବା ବେଳେ ୨୮% ପୁରୁଣା ଟିକସ ବ୍ୟବସ୍ଥାରେ ରହିଛନ୍ତି।

ସେହିପରି ୨୦୨୪ ଜୁଲାଇ ୩୧ ଶେଷ ଦିନରେ ୬୯.୯୨ ଲକ୍ଷରୁ ଅଧିକ ଆଇଟିଆର ଦାଖଲ କରାଯାଇଛି। ଇ-ଫାଇଲିଂ ପୋର୍ଟାଲରେ ସେହିଦିନ ସନ୍ଧ୍ୟା ୭ତାରୁ ରାତି ୮ତା ମଧ୍ୟରେ ପ୍ରତି ଘଣ୍ଟାରେ ସର୍ବାଧିକ ୫.୦୭ ଲକ୍ଷ ଆଇଟିଆର ଫାଇଲିଂ ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ୭.୨୮ କୋଟି ଆଇଟିଆର ମଧ୍ୟରୁ ୪୫.୭୭% ଆଇଟିଆର-୧ (୩.୩୪ କୋଟି), ୧୪.୯୩% ଆଇଟିଆର-୨ (୧.୦୯ କୋଟି), ୧୨.୫୦% ଆଇଟିଆର-୩ (୯୧.୧୦ ଲକ୍ଷ), ୨୫.୭୭% ଆଇଟିଆର-୪ (୧.୮୮ କୋଟି) ଏବଂ ୧.୦୩% ଆଇଟିଆର-୫ (୭.୦୩ କୋଟି) ରହିଛି। ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ଆଇଟିଆର ୟୁଟିଲିଟି ବ୍ୟବହାର କରି ୪୩.୮୨% ରୁ ଅଧିକ ଆଇଟିଆର ଦାଖଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking