17.1 C
Bhubaneswar
Wednesday, February 11, 2026
Homeଓଡିଶାଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ଯୋଗ୍ୟ ନୁହେଁ : ପୃଥ୍ୱୀରାଜ ହରିଚନ୍ଦନ

ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ଯୋଗ୍ୟ ନୁହେଁ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର : ‘ଅର୍ପଣ ଚାଉଳ’ ପୁଣି ଆରମ୍ଭ ହୋଇଛି ରାଜନୀତି । ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଖୁବ୍ ଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଆସିବ ତାକୁ ସରକାର ଗ୍ରହଣ କରିବେ।
ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ। ଅର୍ପଣ ଚାଉଳ ପ୍ରସାଦ ଯୋଗ୍ୟ ନୁହେଁ ବୋଲି ସେବାୟତ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ତେବେ ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଦିଆଯିବ ସରକାର ତାହା ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking