28.3 C
Bhubaneswar
Thursday, May 14, 2026
Homeଓଡିଶାକାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ !

କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ !

କଟକ : ନଦୀକୁ ଡେଇଁ ପଡ଼ିଲେ ଯୁବକ । କଟକ ତ୍ରିଶୁଳିଆ ବ୍ରିଜରରେ ଉପରେ ରହିଛି ଯୁବକଙ୍କ କାର୍। ପାଖରେ ଚପଲ ବି ପଡ଼ିଛି। ହେଲେ ଯୁବକଙ୍କ ପତ୍ତା ମିଳୁନାହିଁ। ଉକ୍ତ ଯୁବକ ଜଣଙ୍କ ହେଲେ ତୁଷାର ଭଟ୍ଟ। ତାଙ୍କ ଘର ଗୁଜରାଟ ବୋଲି ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ଯୁବକ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ତୁଷାର ଭୁବନେଶ୍ୱରରେ ରହୁଥିଲେ। ଗତ ବୁଧବାର ଦିନ ୨ଟା ସମୟରେ କୌଣସି କାମରେ କାର୍‌ ନେଇ ଘରୁ ବାହାରିଥିଲେ ତୁଷାର। ତା’ପରଠୁ ସେ ଘରକୁ ଫେରି ନଥିଲେ। ତୁଷାର ନଦୀରୁ ଡେଇଁବା ପୂର୍ବରୁ ଘରକୁ ନିଜର ସେଲଫି ପଠାଇଥିବା ସୂଚନା ମିଳିଛି।ଆଜି ସକାଳେ ତୁଷାରଙ୍କ କାର୍ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ବାରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking