23.1 C
Bhubaneswar
Monday, December 22, 2025
Homeଓଡିଶା୪ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦ୍ଦେଶ

୪ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ ପୁରୀ ସମେତ ବଲାଙ୍ଗୀର, ମୟୂରଭଞ୍ଜ ଏବଂ ସମ୍ବଲପୁରର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି।ଡ୍ରେନେଜ୍ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଏସ୍‌ଆର୍‌ସି କହିଛନ୍ତି। ଏହା ସହିତ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଉପରେ ଗୁରୁତ୍ବାରୋପ କରାଯାଇଛି। ତଳିଆ ଅଞ୍ଚଳରେ ପାଣିଜମିବା ଆଶଙ୍କା ଥିବା ସ୍ଥାନରେ ମଟରପମ୍ପର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ ଅଗଷ୍ଟ୧ ଏବଂ ୨ରେ ଓଡିଶାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୬ ପର୍ୟ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ମଧ୍ୟ ଜାରି ରହିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking