24.1 C
Bhubaneswar
Wednesday, October 23, 2024
Homeଓଡିଶାଦୁଇଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଦୁଇଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଦୁଇଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି । ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି । ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର । ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା କରିବେ । ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବୁଧବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ସଭାପତିଙ୍କର ୩ଟି ସନ୍ତାନ ଅଛନ୍ତି । ଆଉ ସେ ଭୁଲ୍ ତଥ୍ୟ ଦେଇ ଏହି ପଦକୁ ହାତେଇଥିଲେ । ଏନେଇ ୨୦୨୨ ଅକ୍ଟୋବର ୧୦ତାରିଖରେ ଲକ୍ଷ୍ମୀସାଗର ଥାନାରେ ୪୨୦ ଦଫାରେ ଏକ ମାମଲା ରୁଜୁ ହୋଇଥିଲା । ଚଳିତବର୍ଷ ଜୁଲାଇ ୨୩ତାରିଖରେ ଲକ୍ଷ୍ମୀସାଗର ଥାନା ଏଏସଆଇ ଏ ନେଇ ତଥ୍ୟ ଦେଇଛନ୍ତି । ଯାହାକି ସଭାପତି ଜାଲ୍ ତଥ୍ୟ ଦେଇଥିବାକୁ ପ୍ରମାଣିତ କରୁଛି । ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଧାରା ୨୮(୩-ପି) ପ୍ରାବଧାନ ଆଧାରରେ ସଭାପତି ଅଯୋଗ୍ୟ ହୋଇଥିଲେ ମଧ୍ୟ ସେ ପରିଚାଳନା କମିଟିର ଅନୁମୋଦନ ଆଧାରରେ କାର୍ଯ୍ୟ ଜାରି ରଖିଥିଲେ । କେବଳ ସେତିକି ନୁହେଁ, ଧଉଳି ହାଇଟସ୍ ପ୍ରକଳ୍ପକୁ ନେଇ ଅନିୟମିତତାର ଅଭିଯୋଗ ମଧ୍ୟ ରହିଛି ।

ଏସବୁ କାରଣକୁ ଦୃଷ୍ଟିରେ ରଖି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ପ୍ରଭୁ କଲ୍ୟାଣ ପଟ୍ଟନାୟକ ଆଜି ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ପରିଚାଳନା କମିଟିକୁ ନିରସ୍ତ୍ର ଘୋଷଣା କରିଛନ୍ତି । ତତ୍କାଳ ପ୍ରଭାବରୁ ରାଜ୍ୟ ସରକାର ଏହି ନିଗମକୁ ନିଜ ହାତକୁ ନେଇଛନ୍ତି । ସମବାୟ ବିଭାଗର ଅତିରିକ୍ତ ସଚିବ ଶୁଭ୍ରା ମହାନ୍ତିଙ୍କୁ ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ବେଆଇନ ଭାବେ ପଦବୀ ହାତେଇବା ଓ ଅନିୟମିତତା ଆଦି ଅଭିଯୋଗରେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଆଜି ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡ ଓ ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ପରିଚାଳନା କମିଟିକୁ ନିରସ୍ତ୍ର କରିବା ପରେ ତତ୍କାଳ ପ୍ରଭାବରୁ ଏହି ଦୁଇ ସଂସ୍ଥାକୁ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking