24.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ

ଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ

ତେହରାନ: ଇରାନରେ ହୋଇଥିବା ଆକ୍ରମଣରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ଘଟିଛି । ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ହାନିଆ ତେହେରାନରେ ପହଞ୍ଚିଥିଲେ । ତେହେରାନରେ ହୋଇଥିବା ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟି କରିନାହାଁନ୍ତି । ତେବେ ଏହି ଆକ୍ରମଣ ପାଇଁ ଇରାନ ଗଣମାଧ୍ୟମ ଇସ୍ରାଏଲକୁ ଦାୟୀ କରୁଛି । ଅନ୍ୟପକ୍ଷରେ ଏହାର ମୁଖ୍ୟ ହାନିଆଙ୍କ ମୃତ୍ୟୁକୁ ନେଇ ହମାସ ମଧ୍ୟ ପ୍ରତିକ୍ରିୟା ରଖିଛି । ହମାସ ଅନୁବନ୍ଧିତ ଶେହବ ନ୍ୟୁଜ ଆଉଟଲେଟ ହମାସର ଅଧିକାରୀ ମୋସା ଆବୁ ମାରଜୌକଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହି ହତ୍ୟା ଏକ ଭୟଭୀତ କାର୍ଯ୍ୟ । କେବଳ ଏତିକି ନୁହେଁ, ହମାସ କହିଛନ୍ତି ଯେ ଇସମାଇଲ ହାନିଆଙ୍କ ମୃତ୍ୟୁ ବୃଥା ହେବ ନାହିଁ । ଏହି ଆକ୍ରମଣ ପାଇଁ ପ୍ରତିଶୋଧ ନେବାକୁ ହମାସ ଧମକ ଦେଇଛି ।

କୁହାଯାଉଛି ଯେ ଇରାନର ରାଜଧାନୀ ତେହେରାନରେ ଇସମାଇଲ ହାନିଆଙ୍କର ମୃତ୍ୟୁ ହୋଇଛି । ଇରାନର ରାଜଧାନୀ ତେହେରାନରେ ଆକ୍ରମଣ କରି ଇସ୍ରାଏଲ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରିଛି । ତେବେ ହତ୍ୟା କିପରି ହୋଇଛି ତାହାର ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ । ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରିବା ଇସ୍ରାଏଲ ପାଇଁ ଏକ ବଡ଼ ସଫଳତା । ଅକ୍ଟୋବର ୭, ୨୦୨୩ରେ, ହମାସ ଇସ୍ରାଏଲକୁ ଏକ ବଡ କ୍ଷତ ଦେଇଥିଲା । ସେହି ଦିନ ହମାସ କ୍ଷେପଣାସ୍ତ୍ର ଏବଂ ରକେଟ ସାହାଯ୍ୟରେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିଥିଲା ଯେଉଁଥିରେ ଦଶହଜାର ଇସ୍ରାଏଲ ପ୍ରାଣ ହରାଇଥିଲେ । ଏହା ପରେ ହିଁ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା । ସେବେଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି । ହମାସ ମୁଖ୍ୟଙ୍କୁ ହତ୍ୟା କରି ଇସ୍ରାଏଲ ଅକ୍ଟୋବର ୭ ର ପ୍ରତିଶୋଧ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking