28.1 C
Bhubaneswar
Thursday, September 19, 2024
Homeଓଡିଶାମଦ ଉଜାଡ଼ି ଦେଲା ପରିବାର

ମଦ ଉଜାଡ଼ି ଦେଲା ପରିବାର

ଗଞ୍ଜାମ : ମଦ ଉଜାଡ଼ି ଦେଲା ପରିବାର । ମୁରବୀ ବିହୀନ କରିଦେଲା ଗୋଟିଏ ପରିବାର । ଘରର ମୁଖିଆଙ୍କୁ ମାରିଦେଲା ଚଲାପାଣି ନିଶା । ମଦ ନିଶାରେ ମାଡ଼ ମାରିବାରୁ ସ୍ତ୍ରୀ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଥାନାରୁ ଫେରିଲା ବେଳକୁ ବିଷ ପିଇଦେଇଥିଲେ ସ୍ୱାମୀ! ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି ।

ମଙ୍ଗଳବାର ରାତିରେ ଦିଗପହଣ୍ଡି ଥାନା ଫାଶୀଗୁଡା ଗାଁର ଟୁନା ବିଷୋୟୀ ମଦ ପିଇ ଘରକୁ ଆସିଥିଲେ । ଘରେ ପହଞ୍ଚିବା ପରେ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ସୁଷମାଙ୍କୁ ମାଡ଼ ମାରିଥିଲେ । ସ୍ୱାମୀଙ୍କ ମାଡ଼ରେ ଅତିଷ୍ଠ ହୋଇ ସୁଷମା ସେହି ରାତିରେ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ଏ ସମ୍ପର୍କରେ ଟୁନା ଜାଣିପାରି ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ । ଏକା ଥରକେ ତାଙ୍କ ନିଶା ଉତୁରି ଯାଇଥିଲା ।

ଥାନାରେ ଅଭିଯୋଗ କରିବା ପାଇଁ ପତ୍ନୀ ଗଲା ପରେ ଟୁନା ଘରେ ଥିବା ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି । ଥାନାରୁ ସୁଷମା ଫେରିବା ପରେ ଦେଖିଥିଲେ ଘରେ ପଡ଼ିଛନ୍ତି ଟୁନା । ହେଲେ ତାଙ୍କ ଦେହରେ ଜୀବନ ନାହିଁ । ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ମଦୁଆ ପଛେ ହୁଅନ୍ତୁ ନାକାହିଁକି ଆଖି ଆଗରେ ସ୍ୱାମୀଙ୍କ ମୃତଦେହ ଦେଖି ତାଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ସାହି ପଡ଼ିଶା ଓ ଥାନାକୁ ଖବର ଦେଇଥିଲେ । ଆଜି ସକାଳେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking