ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସଂଶୋଧନ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନର କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି । ଏତଦ୍ବ୍ୟତୀତ ସରକାରୀ କର୍ମଚାରୀଙ୍କ ପେନ୍ସନ୍ ବ୍ୟବସ୍ଥାର ସମୀକ୍ଷା ପାଇଁ ଗଠିତ କମିଟି ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନଥିବା ସମ୍ପର୍କରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି । ତାଙ୍କ କହିବାନୁସାରେ ନୂଆ ପେନସନ ଯୋଜନାକୁ ଉଚ୍ଛେଦ କରିବା ଏବଂ ଓପିଏସ୍ ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ସମୟ ସମୟରେ ଅନୁରୋଧ ଆସିଛି । ପେନ୍ସନ୍ ବ୍ୟବସ୍ଥାର ସମୀକ୍ଷା ପାଇଁ ଗଠିତ କମିଟି ନିକଟରେ ଏହାକୁ ଉପସ୍ଥାପନ କରାଯାଇଥିଲା । କିନ୍ତୁ ଏହା ଉପରେ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।