ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ୧୧ କୋଟିରୁ ଅଧିକ କୃଷକଙ୍କୁ ୩.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପିଏମ-କିଷାନ ଯୋଜନାର ୧୭ତମ କିସ୍ତି ଚଳିତ ବର୍ଷ ଜୁନ୍ ମାସରେ ପ୍ରଦାନ କରାଯାଇଛି ଯେଉଁଥିରେ ୯.୨୬ କୋଟିରୁ ଅଧିକ କୃଷକ ପରିବାରକୁ ଏହି ଯୋଜନା ବାବଦ ଅର୍ଥ ପ୍ରଦାନ କରାଯାଇଛି । ସେହିପରି ମୋଟ ୫୧ ହଜାର ୮୪୯ ଜଣ ପ୍ରଶିକ୍ଷିତ କୃଷି ସଖୀଙ୍କ ମଧ୍ୟରୁ ୩୪ ହଜାର ୯୭୩ ଜଣଙ୍କୁ କୃଷି ପାରା ସମ୍ପ୍ରସାରଣ କର୍ମୀ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।