27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବାରାମୂଳାର ସପୋର ଅଞ୍ଚଳରେ ବିସ୍ଫୋରଣ, ୪ ମୃତ

ବାରାମୂଳାର ସପୋର ଅଞ୍ଚଳରେ ବିସ୍ଫୋରଣ, ୪ ମୃତ

ଜମ୍ମୁ–କଶ୍ମୀର: ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ଆଜି ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଶେର କଲୋନୀରେ ଜଣେ ସ୍କ୍ରାପ୍ ଡିଲର ଏକ ଟ୍ରକ୍ରୁ ସାମଗ୍ରୀ ଉଠାଉଥିବା ବେଳେ ଏହି ଘଟଣା ଘଟିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ସୋପୋର ସହରର ଶେର କଲୋନିରେ ଥିବା ଜଣେ ସ୍କ୍ରାପ୍ ବିକ୍ରେତାଙ୍କ ଦୋକାନ ଭିତରେ ଏହି ବିସ୍ଫୋରଣ ଘଟିଛି। ଅଧିକାରୀମାନେ କହିଛନ୍ତି ଯେ ଘଟଣା ସମୟରେ କିଛି ଲୋକ ଟ୍ରକ୍ରୁ ସ୍କ୍ରାପ୍ ଅନଲୋଡ୍ କରୁଥିଲେ। ଏହି ସମୟରେ ଉକ୍ତ ସାମଗ୍ରୀ ମଧ୍ୟରେ ଥିବା ଏକ ରହସ୍ୟମୟ ସାମଗ୍ରୀରେ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନଜିର ଅହମ୍ମଦ ନାଡ୍ରୁ (୪୦), ଅଜିମ ଅଶରଫ ମୀର (୨୦), ଆଦିଲ ରସିଦ ଭଟ୍ଟ (୨୩) ଓ ମହମ୍ମଦ ଆଝାର (୨୫)। ସମସ୍ତ ମୃତକ ଶେର କଲୋନୀର ବାସିନ୍ଦା ଥିଲେ। ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କେଉଁ ସାମଗ୍ରୀ ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା ତାହା ଜାଣିବାକୁ ଉଦ୍ୟମ ଚଳାଇଛି ଫୋରେନସିକ ଟିମ୍ । ପୁଣି ଉକ୍ତ ସାମଗ୍ରୀକୁ ସେଠାରୁ ଜାଣିଶୁଣି ରଖାଯାଇଥିବା କିମ୍ବା ସ୍କ୍ରାପ ମଧ୍ୟରେ କୌଣସି ପୁରୁଣା ଗ୍ରେନେଡ ଥିଲା ତାହା ଜାଣିବାକୁ ପୁଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking