22.1 C
Bhubaneswar
Friday, February 13, 2026
Homeଓଡିଶାଆଳୁ ଟ୍ରକକୁ ଧରିଲା ପୋଲିସ , ୪ଟି ରାସ୍ତାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି...

ଆଳୁ ଟ୍ରକକୁ ଧରିଲା ପୋଲିସ , ୪ଟି ରାସ୍ତାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଛି

ଭୁବନେଶ୍ୱର : ବୃଦ୍ଧି ପାଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନ ଥିବା କାରଣରୁ ଦର ବଢୁଥିବା ବ୍ୟବସାୟୀ କହୁଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଛି। ଫଳରେ ରାସ୍ତା ଜାମ୍‌ ହୋଇ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହିସହିତ ଟ୍ରକ୍‌ଗୁଡିକୁ ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇ ରଖିଥିବା ସୂଚନା ମିଳିଛି। ଏପରିକି ଓଡ଼ିଶାକୁ ପ୍ରବେଶ ଅନୁମତି ନ ଥିବାର ଟ୍ରକଗୁଡିକ ଆସିପାରୁ ନାହିଁ। ଅନ୍ୟପକ୍ଷେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking