32.1 C
Bhubaneswar
Friday, October 18, 2024
Homeଓଡିଶାକାଳିଆ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ବଦଳିଲା

କାଳିଆ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ବଦଳିଲା

ଭୁବନେଶ୍ୱର :  ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ କୁ ଆଧାର କରି ଆମେ ଏହି ବଜେଟ ପ୍ରସ୍ତୁତ କରି ଅଛୁ । ସମାଜର ଚାରିଟି ପ୍ରମୁଖ ଶ୍ରେଣୀ ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ ‘ ଏବଂ ‘ଅନ୍ନଦାତା’ଙ୍କ ସର୍ବାଙ୍ଗିନ ବିକାଶ ପାଇଁ ଏବଂ ଏକ ‘ବିକଶିତ ଓଡ଼ିଶା’ର ପରିକଳ୍ପନାର ସଫଳ ରୂପାଯନ ପାଇଁ ଏହି ବଜେଟ ଆମର ଏକ ଚେଷ୍ଟା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମଝୀ କହିଛନ୍ତି.

.ମୁଖ୍ୟମନ୍ତ୍ରୀ କହିଛନ୍ତି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୧୫ ପ୍ରତିଶତ ଅଧ୍ୱକ ଅଟେ । ଏହି ବଜେଟ୍ ଅଟକଳ ମଧ୍ୟରୁ ଲକ୍ଷ ୫୫ ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଅଟକଳର ୫୮ ପ୍ରତିଶତ । ଏହା ୨୦୨୩-୨୪ ଆର୍ôଥକ ବର୍ଷରେ କରାଯାଇଥିବା ବ୍ୟୟଅଟକଳଠାରୁ ୨୪ ପ୍ରତିଶତ ଅଧିକ ।

୩. ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ସଂସ୍କୃତିର ପ୍ରାଣ କେନ୍ଦ୍ର ତଥା “ଓଡ଼ିଆ ଅସ୍ମିତାର ପରିଚୟ । ଏଥପାଇଁ ଆମେ ଆମର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପାଇଁ ୫ ଶହ କୋଟି ଟଙ୍କା କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପତ୍ତି ନେଇଥୁଲୁ । ଆମର ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଏହି ବଜେଟରେ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଏହା ଛଡା ଘଟଗାଁ ସ୍ଥିତ ମା ତାରିଣୀ ପୀଠରେ ପାରିପାର୍ଶ୍ୱକ ଉନ୍ନୟନ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖୁଛୁ । ଓଡ଼ିଆ ଅସ୍ମିତା ପାଇଁ ୨ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

୪. “ବିକଶିତ ଓଡ଼ିଶା”ର ପରିକଳ୍ପନାକୁ ସାକାର କରିବାକୁ “ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ହେଇଛି । ଏହି ଯୋଜନାରେ କୃଷକମାନଙ୍କଠାରୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ ଧାନ କିଣାଯିବ । ଏଥିପାଇଁ ଆମେ ୫ ହଜାର କୋଟି ଟଙ୍କା ର ପ୍ରସ୍ତାବ ରଖୁଛୁ । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏହି ବଜେଟରେ ୬ ଶହ ୪୯ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି । କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା, କମ ସୁଧରେ ଋଣ ଓ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ର ଗୁଡିକୁ ପ୍ରୋତ୍ସାହନ ଦେଇ କୃଷକର ଆୟବୃଦ୍ଧି କରାଯିବା ପାଇଁ ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ କରାଯାଇଛି ।

୫. ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ “ସୁଭଦ୍ରା ଯୋଜନା” ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉଦ୍ୟୋଗୀ, ସଶକ୍ତ ଓ ଆର୍ôଥକ ଦୃଷ୍ଟିକୋଣରୁ ସ୍ୱାଧୀନ କରିବା ପାଇଁ ବଜେଟ୍ ରେ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

୬. ଆମ ପ୍ରତିଶ୍ରୁତି ମୁତାବକ, ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ନାଗରିକ ଓ ୮୦ ପ୍ରତିଶତ ଏବଂ ତଦୁର୍ଷ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନ୍‌ସନ ଯୋଜନା (MBPY) ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧ୍ୱନରେ ସାମାଜିକ ସୁରକ୍ଷା ଭତ୍ତାକୁ ମାସିକ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ।

୭. ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାରେ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ସ୍କୁଲ ଡ୍ରପ-ଆଉଟ ହାରକୁ ରୋକିବା ପାଇଁ ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ “ମାଧୋ ସିଂହ ହାତ ଖର୍ଚ୍ଚ” ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବୁ । ଏହା ଦ୍ୱାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ତେଣୁ ବଜେଟ୍ ଆକଳନ ୨୦୨୪-୨୫ ରେ ଏହି ଯୋଜନା ଅଧୀନରେ ୧ ଶହ ୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

୮. ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ପିଏମ ଆୱାସ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ୬ ହଜାର ୭ ଶହ ୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୫ ସୁଦ୍ଧା ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ଚଠଞଏ ମାନଙ୍କ ପାଇଁ ସୁରକ୍ଷିତ ଆବାସ ଯୋଗାଇଦେବା ପାଇଁ ଚଗ-ଔଇଘଗଇଘ ଅଧୀନରେ ୬ ଶହ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଏହାଦ୍ୱାରା ଗରିବ ଲୋକମାନଙ୍କର ପକ୍କାଘରର ଆବଶ୍ୟକତା ପୂରଣ କରାଯାଇପାରିବ ।

୯. ଏହି ବଜେଟରେ ଆମେ ଅନେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠି ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନିମନ୍ତେ ଉପଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛୁ । ଆୟୁଷ୍ଠାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ
ବୀମା ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ କ୍ୟାସ୍‌?-ଲେସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହାଛଡା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକ ପାଇଁ ୨ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି ।

୧୦. ଉତ୍ତମ ଶିକ୍ଷା ବ୍ୟବସ୍ଥା ନିମନ୍ତେ ୨୦୨୪-୨୫ ଆର୍ôଥକ ବର୍ଷରୁ ଚଗ- ଝଐଜଓ ଯୋଜନାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ । ଓଡ଼ିଶାରେ “ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା” (ଚଗ-ଟଝଐଇ) ପ୍ରଚଳନ ହେବ, ଯେଉଁଥରେ ଉଚ୍ଚଶିକ୍ଷାରେ ସମାନତା (Equity), ଉପଲବ୍ଧତା (Access) ଏବଂ ଅନ୍ତର୍ଭୁକ୍ତିକରଣ (Inclusion) ଉପରେ ଗୁରୁତ୍ୱ ଦିଆଯିବ । ଲୋକମାନକ ଘରେ ଏବଂ ସରକାରୀ ପ୍ରତିଷ୍ଠାନରେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା” କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । “ପି.ଏମ୍‌- ଅଜୟ” ଅଧୀନରେ ୮୦୯ ଟି ଗ୍ରାମକୁ ଆଦର୍ଶ ଗ୍ରାମରୂପେ ଘୋଷଣା କରାଯାଇଛି । ଏହି ଯୋଜନାପାଇଁ ୩ ଶହ ୧୬ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

୧୧. ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ବଜେଟ୍ ଆକଳନ ୮ ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ଯୋଜନାରେ ସମ୍ବଲପୁର ଓ କଟକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗୁଜୁରାଟର ସାବରମତୀ ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୧୨. ଉତ୍ତମ ଆର୍ôଥକ ପରିଚାଳନା ଦ୍ୱାରା ହିଁ ଏକ ଉନ୍ନତ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର । ଏହାକୁ ଦୃଷ୍ଟିରେ ରଖ୍‌, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧ୍ୱନିୟମ, ୨୦୦୫ ରେ ଧାର୍ଯ୍ୟ ସମସ୍ତ ବିତ୍ତୀୟ ସୁଚକାଙ୍କ ସୀମା ମଧ୍ୟରେ ୨୦୨୪-୨୫ ଆର୍ôଥକ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି । ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ ମାଧ୍ୟମରେ ଏକ ଖସଡା ପ୍ରସ୍ତୁତ କରିଛନ୍ତି । ମୋର ଦୃଢ ବିଶ୍ୱାସ ଯେ, ଆମ ସରକାର ଓଡ଼ିଶାବାସୀଙ୍କର ସହଯୋଗରେ ବଜେଟ୍‌ରେ ପ୍ରଦତ୍ତ ସମ୍ବଳର ସୁବିନିଯୋଗ କରି ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାରେ ସମର୍ଥ ହେବେ । ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର, ଏଣୁ ଏହି ବଜେଟ ହେଉଛି ଲୋକଙ୍କ ବଜେଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking