ଭୁବନେଶ୍ୱର : ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ ଏହି କ୍ରମରେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ କାମର ଶୁଭାରମ୍ଭ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ପ୍ରକଳ୍ପ କାମକୁ ଏବେର ବିଜେପି ସରକାର ତ୍ୱରାନ୍ୱୀତ କରିବାକୁ ଯାଉଛି ।










