30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦିଲ୍ଲୀ ହସ୍ପିଟାଲରେ ନିଆଁ ,ଚାର୍ଜସିଟ୍‌ ଜାରି

ଦିଲ୍ଲୀ ହସ୍ପିଟାଲରେ ନିଆଁ ,ଚାର୍ଜସିଟ୍‌ ଜାରି

ଦିଲ୍ଳୀ: ପୂର୍ବ ଦିଲ୍ଲୀର ଏକ ଘରୋଇ ନବଜାତକ ଡାକ୍ତରଖାନାରେ ଅଗ୍ନିକାଣ୍ଡର ଦୁଇ ମାସ ପରେ ଦିଲ୍ଲୀ ଚାର୍ଜସିଟ୍‌ ଜାରି କରିଛି ଦିଲ୍ଲୀ ପୁଲିସ୍‌। ତେବେ ପୁଲିସ୍‌ ଜୁଲାଇ ୨୨ ତାରିଖରେ ୭୯୬ ପୃଷ୍ଠାର ଏକ ଚାର୍ଜସିଟ୍‌ ଜାରି କରିଛି। ଦିଲ୍ଳୀ ନବଜାତକ ହସ୍ପିଟାଲ୍‌ରେ ନିଆଁ ଲାଗିବାରୁ ୭ ଜଣ ନବ ଜନ୍ମିତ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଘଟଣା ଘଟିବାର ଦୁଇ ମାସ ପରେ ଏବେ ପୁଲିସ୍‌ ଚାର୍ଜସିଟ୍‌ ଜାରି କରିବା ସୂଚନା ରହିଛି।ଅଗ୍ନି ନିରାପତ୍ତା ଉପକରଣ ବିନା ଡାକ୍ତରଖାନା ଚାଲିଥିବା ବେଳେ ନିଆଁ ଲାଗିବା ପରେ କର୍ମଚାରୀମାନେ ଶୀଘ୍ର କାର୍ଯ୍ୟ କରିନଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଚାର୍ଜସିଟ୍ ନଗର କୋର୍ଟରେ ଦାଖଲ କରାଯାଇଥିଲା ଏବଂ ଫୋରେନସିକ୍ ରିପୋର୍ଟ ସହିତ ୮୧ ସାକ୍ଷୀଙ୍କ ବିବୃତି ଦର୍ଶାଯାଇଛି।“ଅନୁସନ୍ଧାନ ସମୟରେ, ଆମେ ଏନ୍‌ଆଇସିୟୁ ଚଳାଇବା ପାଇଁ ଆଇନଗତ ଆବଶ୍ୟକତା ଏବଂ ଡାକ୍ତରଖାନା ଦ୍ୱାରା ଉଲ୍ଲଂଘନ କରାଯାଇଥିବା ନିୟମ ବିଷୟରେ ମୋଟ ଆଠଟି ପଏଣ୍ଟ ଯାଞ୍ଚ କରିଥିଲୁ। ଅଗ୍ନି ନିରାପତ୍ତା ସମ୍ପର୍କରେ ଡାକ୍ତରଖାନା ଦ୍ବାରା କାର୍ଯ୍ୟକାରୀ ହୋଇଥିବା ସୁରକ୍ଷା ବ୍ୟବସ୍ଥା ଦର୍ଶାଇବାକୁ କୌଣସି ଦଲିଲ ଉପଲବ୍ଧ ନାହିଁ।ଡାକ୍ତରଖାନାକୁ ପାଞ୍ଚଟି ଶଯ୍ୟା ସହିତ କାର୍ଯ୍ୟ କରିବାକୁ ଅନୁମତି ଥିବା ବେଳେ ୧୨ ଟି ଶଯ୍ୟା ସହିତ ଚାଲୁଥିଲା ବୋଲି ଚାର୍ଜସିଟରେ ଦର୍ଶାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି । ମେ ୨୫ ତାରିଖରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ଘରୋଇ ଶିଶୁ ଡାକ୍ତରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୭ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ)ର ଅଧିକାରୀମାନେ କହିଛନ୍ତି ଯେ ରାତି ପ୍ରାୟ ୧୧.୩୦ ସମୟରେ ବେବି କେୟାର ନ୍ୟୁ ବର୍ଣ୍ଣ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା ​।ଯାହା ଶୀଘ୍ର ଅନ୍ୟ ଦୁଇଟି ସଂଲଗ୍ନ କୋଠାକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ହେତୁ ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରଖାଯାଇଥିବା ଅନେକ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ ହୋଇ ସଂଲଗ୍ନ କୋଠାକୁ ନଷ୍ଟ କରିଦେଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking