25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶତୁମେ କିଛି ଜାଣିନାହଁ, ଚୁପଚାପ୍ ବସ : ନୀତୀଶ କୁମାର

ତୁମେ କିଛି ଜାଣିନାହଁ, ଚୁପଚାପ୍ ବସ : ନୀତୀଶ କୁମାର

ପାଟନା : ବିଧାନସଭା ଅଧିବେଶନରେ ମହିଳାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେ ବିଧାନସଭାରେ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡି ବିଧାୟକ ରେଖା ଦେବୀଙ୍କ ଉପରେ ବର୍ଷିଛନ୍ତି। ଯେତେବେଳେ ବିଧାୟକ ରେଖା‌ ଦେବୀ ଏକ ପ୍ରଶ୍ନ ପଚାରିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ।ସେ ରେଖା ଦେବୀଙ୍କୁ କହିଥିଲେ ଯେ ତୁମେ ଜଣେ ମହିଳା, ତୁମେ କିଛି ଜାଣି ନାହଁ, ତେଣୁ ଚୁପଚାପ୍ ବସି ଶୁଣ। ନୀତୀଶ କୁମାର ଏହା କହିବା ମାତ୍ରେ ତାଙ୍କ ବିଧାୟକମାନେ ଜୋରରେ ହସିବାକୁ ଲାଗିଲେ। ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ ଦଳ ହଙ୍ଗାମା ସୃଷ୍ଟି କରୁଥିଲେ। ଏକ ପ୍ରଶ୍ନ ପଚରାଯିବା ପରେ ମୁଖ୍ୟମନ୍ତ୍ରୀ ଉଠିଥିଲେ, କିନ୍ତୁ ଉତ୍ତର ଦୋବ ଆରମ୍ଭ କରିବା ମାତ୍ରେ ସେ କ୍ରୋଧିତ ହୋଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।ବିରୋଧୀ ଚୁପ୍ ନ ହେବାରୁ ନୀତୀଶ ନିଜ ଉପରେ ନିୟନ୍ତ୍ରଣ ହରାଇ ଏଭଳି କହିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେମାନେ କୌ ଣସି ମହିଳାଙ୍କୁ ଆଗକୁ ବଢ଼ିବାକୁ ଦେଇ ନାହାନ୍ତି। ୨୦୦୫ ପରେ ହିଁ ମହିଳାମାନେ ବିକଶିତ ହୋଇ ଆଗକୁ ବଢ଼ିବାର ସୁଯୋଗ ପାଇଲେ। ସେଥିପାଇଁ ଆମେ ଆପଣଙ୍କୁ କହୁଛୁ ଯେ ଆପଣ କିଛି ଜାଣନ୍ତି ନାହିଁ ‌ବୋଲି ସେ କହିଥିଲେ। ତେଣୁ ଆମ କଥା ଶୁଣନ୍ତୂ, କିନ୍ତୁ ଯଦି ତୁମେ ଶୁଣିବାକୁ ଚାହୁଁନାହଁ ତେବେ ଏହା ତୁମର ଦୋଷ। ନୀତୀଶ କୁମାର ବାରମ୍ବାର ବିରୋଧୀ ଦଳର ବିଧାୟକମାନଙ୍କୁ ଆମ କଥା ଶୁଣିବାକୁ କହିଥିଲେ, କିନ୍ତୁ ଯେତେବେଳେ ବିରୋଧୀ ନୀରବ ରହିଲେ ନାହିଁ, ସେମାନେ ହଙ୍ଗାମା ସୃଷ୍ଟି କରିଥିଲେ ସେତେବେଳେ ସେ କ୍ରୋଧ ପ୍ରକାଶ କରିଥିଲେ। ସଂରକ୍ଷଣ ପ୍ରସଙ୍ଗରେ ପ୍ରଶ୍ନ ପଚରା ଯାଇଥିବା ପ୍ରଶ୍ନରେ ନୀତୀଶ ଏଭଳି କରିଥିଲେ।ସୂଚନା ଅନୁଯାୟୀ , ନୀତୀଶ କୁମାରଙ୍କୁ ଜନଗଣନା ସମ୍ବନ୍ଧରେ ଏକ ପ୍ରଶ୍ନ ପଚରା ଯାଇଥିଲା। ଏହାର ଜବାବରେ ସେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ ସମସ୍ତ ରାଜନୈତିକ ଦଳଙ୍କୁ ଡାକି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଜାତିଗତ ଜନଗଣନା ସେମାନଙ୍କ ସମ୍ମତି ପାଇବା ପରେ କରାଯାଇଥିଲା। ତେଣୁ ସେ ବିରୋଧୀଙ୍କୁ କହିଥିଲେ ଯଦି ସେମାନେ ଚୁପ୍‌ଚାପ୍ ବସି ଶୁଣନ୍ତି, ତେବେ ସେମାନେ ସେମାନଙ୍କର ପ୍ରଶ୍ନର ଉତ୍ତର ପାଇବେ। ଜାତିଗତ ଜନଗଣନା ସର୍ବସମ୍ମତି କ୍ରମେ କରାଯାଇଥିଲା ଯେଉଁଥିରେ ପଛୁଆ ଜାତିର ସଂଖ୍ୟା ସର୍ବାଧିକ ଥିଲା। ଏହାକୁ ଆଧାର କରି ୫୦ ପ୍ରତିଶତ ସଂରକ୍ଷଣକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ପଡିଥିଲା। ୧୦ ପ୍ରତିଶତ ସଂରକ୍ଷଣ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking