32.7 C
Bhubaneswar
Thursday, May 14, 2026
Homeଓଡିଶାବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବନି : ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବନି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି । ଏ ନେଇ ସୁଚନା ଦେଇଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା ପୁରସ୍କାର ଦିଆଯିବ ।

ସୁଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇ ଦେଇଥିଲେ। ଏହାର ନୂଆ ନାଁ ରଖାଯାଇଛି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’। ଏହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ ଲାଇନ୍ ଜାରି କରାଯାଇଥିଲା ।

ବିଜେଡି ନେତା ତଥା ରାଜ୍ୟ ସଭା ସାଂସଦ ମୁନା ଖାଁ କହିଛନ୍ତି, ନାଁ ପରିବର୍ତ୍ତନ କି ରଙ୍ଗ ପରିବର୍ତ୍ତନ କଲେ କିଛି ହେବନି। ସେମାନେ କାମ କରନ୍ତୁ। ନିଜସ୍ଵ ଯୋଜନା କରନ୍ତୁ। ବିଜୁ ବାବୁଙ୍କ ବିରୋଧରେ କାମ କଲେ ଲୋକେ ଅସନ୍ତୋଷ ହେବେ ଆଉ ଏହା ବିପଜ୍ଜନକ ହେବ। ନାଁ ପରିବର୍ତ୍ତନ ଉଚିତ୍ ହେଲାନି। ଏହାକୁ କେବେ ବି ବରଦାସ୍ତ କରାଯିବନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking