32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶନିଟ୍‌-ୟୁଜି ପ୍ରଶ୍ନପତ୍ର ଚୋରି ଅଭିଯୋଗ: ଇଞ୍ଜିନିୟର ସମେତ ୨ ଗିରଫ, ଗିରଫଦାରୀ ସଂଖ୍ୟା ୬୦କୁ ବୃଦ୍ଧି

ନିଟ୍‌-ୟୁଜି ପ୍ରଶ୍ନପତ୍ର ଚୋରି ଅଭିଯୋଗ: ଇଞ୍ଜିନିୟର ସମେତ ୨ ଗିରଫ, ଗିରଫଦାରୀ ସଂଖ୍ୟା ୬୦କୁ ବୃଦ୍ଧି

ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଚୋରି ଅଭିଯୋଗରେ ସିବିଆଇ ଆଜି ୨ଜଣଙ୍କୁ ଗିରଫ କରିଛି । ଫଳରେ ଏହି ମାମଲାରେ ଗିରଫଦାରୀଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ କେବଳ ସିବିଆଇ ୧୨ଜଣଙ୍କୁ ଗିରଫ କରିଛି । ତେବେ ଆଜି ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ପୃଥକ୍ ପୃଥକ୍ ସ୍ଥାନରୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ଏନ୍‌ଆଇଟି ଉତ୍ତୀର୍ଣ୍ଣ ଇଂଜିନିୟର ବୋଲି ମଧ୍ୟ ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଉଛି ଆଜି ଗିରଫ ହୋଇଥିବା ୨ ଅଭିଯୁକ୍ତ ପରସ୍ପରକୁ ବେଶ୍ ଭଲଭାବେ ଜାଣିଥିଲେ ଏବଂ ପରସ୍ପରର ସହଯୋଗୀ ଭାବେ ଏହି ପ୍ରଶ୍ନପତ୍ର ଲିକ୍ କରିଥିଲେ ।
ରିପୋର୍ଟ ଅନୁସାରେ ୨୦୧୭ରେ ଏନ୍‌ଆଇଟି ଜାମ୍‌ସେଦପୁରରୁ ସିଭିଲ୍ ଇଞ୍ଜିନିୟର ଭାବେ ପାସ୍‌ଆଉଟ୍ ହୋଇଥିବା ପଙ୍କଜ କୁମାର ଓରଫ ଆଦିତ୍ୟ ନାମକ ଜଣେ ଯୁବକ ଏବଂ ତା’ର ସହଯୋଗୀ ରାଜୁ ସିଂହ, ମିଳିତ ଭାବେ ୨୦୨୪ ନିଟ୍‌(ୟୁଜି) ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ରକୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)ର ଷ୍ଟୋରରୁମ୍‌ରୁ ହିଁ ଚୋରି କରିନେଇଥିଲେ ଏବଂ ଲିକ୍ କରିଦେଇଥିଲେ ବୋଲି ଜଣାପଡିଥିଲା । ବିହାରର ହଜାରିବାଗ୍ ଅଞ୍ଚଳରେ ହୋଇଥିବା ନିଟ୍ (ୟୁଜି) ପ୍ରଶ୍ନପତ୍ର ଲିକ୍ ପଛରେ ଏମାନଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସିବିଆଇ ଆଜି ଏହି ଦୁଇଜଣଙ୍କୁ ଗିରଫ କରିଛି । ପାଟନା ଅଞ୍ଚଳରୁ ପଙ୍କଜ୍‌କୁ ଏବଂ ଜାମସେଦ୍‌ପୁର ଅଞ୍ଚଳରୁ ରାଜୁ ସିଂହକୁ ଗିରଫ କରାଯାଇଛି । ତେବେ ଏମାନେ ଏସବୁ ପ୍ରଶ୍ନପତ୍ରକୁୂ ନିଟ୍ ଆଶାୟୀଙ୍କୁ ମୋଟା ଅଙ୍କର ଟଙ୍କା ବଦଳରେ ବିକ୍ରି କରିଥିବା ଜଣାପଡିଛି ।
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି । ବିହାର ପେପର ଲିକ୍‌ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ୍ ରହିଛି । ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking