20.1 C
Bhubaneswar
Thursday, January 16, 2025
Homeଓଡିଶାକେତେବେଳେ ଖୋଲିବ ରତ୍ନଭଣ୍ଡାର, ସମୟ କହିଲେ ତଦାରଖ କମିଟି ଅଧ୍ୟକ୍ଷ

କେତେବେଳେ ଖୋଲିବ ରତ୍ନଭଣ୍ଡାର, ସମୟ କହିଲେ ତଦାରଖ କମିଟି ଅଧ୍ୟକ୍ଷ

ପୁରୀ: ପ୍ରତୀକ୍ଷାର ଅନ୍ତ । ରାତି ପାହିଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆସନ୍ତାକାଲି ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପିକୁ ସରକାର ମଞ୍ଜୁର କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ । ତାଲା ଭାଙ୍ଗିବ ପାଇଁ ତାଲା ଭଙ୍ଗା ଟିମ୍‌କୁ ଡକାଯାଇଛି ବୋଲି ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି ।

ସେହିପରି ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ । ତେବେ କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ପ୍ରସ୍ତୁତ ହୋଇଛି । ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌, ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ରତ୍ନଭଣ୍ଡାର ଭିତରକୁ ଯିବେ । ସେହିପରି ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ।

ଅନ୍ୟପକ୍ଷରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା(ଏସଓପି) ଆଧାରରେ ସବୁ କାର୍ଯ୍ୟ ହେବ । ମାର୍ଗଦର୍ଶିକା ଆଧାର ରତ୍ନଭଣ୍ଡାର ଭିତରକୁ ପ୍ରବେଶ, ରତ୍ନଭଣ୍ଡାରରୁ ଅଳଙ୍କାର ଆଦିକୁ ସ୍ଥାନାନ୍ତର କରି ମନ୍ଦିର ଭିତରେ ରଖିବା ଏବଂ ରତ୍ନଭଣ୍ଡାରର ଗଣତିମଣତି କରାଯିବ । ସରକାରଙ୍କଠୁ ମାର୍ଗଦର୍ଶିକା ମିଳିବା ପରେ ସମସ୍ତଙ୍କ ସହ ଦୁଇ ରାଉଣ୍ଡ ଆଲୋଚନା ସରିଛି । ଏବେ ସେ ଜଷ୍ଟିସ ରଥଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । କାଲି କେତେବେଳେ ଖୋଲାଯିବ ତାହା ପଣ୍ଡିତମାନଙ୍କ ସହ ବିଚାରବିମର୍ଶ ପରେ ଜଣାପଡ଼ିବ । ତେବେ ଖୋଲିବା ସମୟ କହିବାକୁ ସେ ପ୍ରାଧିକୃତ ନୁହଁନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଅବଶ୍ୟ ଚାବି ପ୍ରସଙ୍ଗକୁ ଶ୍ରୀ ପାଢ଼ୀ ଏଡ଼ାଇ ଯାଇଛନ୍ତି ।

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର; ପ୍ରତିଟି ଅଳଙ୍କାରର ହେବ ଡିଜିଟାଲ ଡକ୍ୟୁମେଣ୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking