23.1 C
Bhubaneswar
Wednesday, January 15, 2025
Homeଓଡିଶାବର୍ଷାରେ ଭିଜିବ ଓଡିଶା

ବର୍ଷାରେ ଭିଜିବ ଓଡିଶା

ଭୁବନେଶ୍ୱର : ରାଜ୍ୟରେ ବର୍ଷିବ ପ୍ରବଳ ବର୍ଷା ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ପ୍ରବଳ ବର୍ଷାହେବା ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର । ଏପଟେ ରାଜ୍ୟରେ ତାପମାତ୍ରା ଯଦିଓ ୪୦ ଡିଗ୍ରୀ ଭିତରେ ରହୁଛି କିନ୍ତୁ ଆଦ୍ରତା ୮୦ ରୁ ୯୦ ପ୍ରତିଶତ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ଦୁଇ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ । ମୌସୁମୀ ଓ ଲଘୁଚାପ ସତ୍ତ୍ବେ ବର୍ତ୍ତମାନ ଏବେସୁଦ୍ଧା ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking