23.1 C
Bhubaneswar
Thursday, November 14, 2024
Homeଓଡିଶାବନ୍ଦ ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ

ବନ୍ଦ ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ

ଡେରାବିଶ : ବର୍ଷେ ତଳେ ପ୍ରେମ ବିବାହ କରିଥିଲେ । କେତେ ଆଶା ନେଇ ଗଢ଼ିଥିଲେ ସୁନାର ସାଂସାର । ଆଉ ଭାବିଥିଲେ ସୁଖର ନୌକାରେ ଦୁଃଖର ସଂସାରକୁ ପାର କରାଇବେ । ହେଲେ ଭାଗ୍ୟର ଚକ କିନ୍ତୁ ଓଲଟି ଗଲା । ମଝି ଦରିଆରେ ସୁଖର ନୌକା ବୁଡ଼ିଗଲା । ଆଉ ମାଡିବସିଲା ଅଜଶ୍ର ଦୁଃଖ ଓ ଯନ୍ତ୍ରଣା । ସେଥିରୁ ଆଉ ବାହାରି ପାରିଲେ ନାହିଁ ନବ ଦମ୍ପତି । ଦୁର୍ଘଟଣାରେ ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ ସ୍ୱାମୀ । ତେଣୁ ଅସହ୍ୟ ହେଲା ଦେହ ଓ ପରିବାରର ଯନ୍ତ୍ରଣା । ତେଣୁ ନେଲେ ଚରମ ନିଷ୍ପତ୍ତି । ଆଜି ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ।

ବର୍ଷେ ତଳେ ୨୧ ବର୍ଷୀୟା ପିଙ୍କି ଜେନାଙ୍କୁ ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଜେନା ସାହିର ୨୫ ବର୍ଷୀୟ କାର୍ତ୍ତିକ ଜେନା ପ୍ରେମ କରୁଥିଲେ । ପରବର୍ତ୍ତୀ ସମୟରେ ଉଭୟ ଘରୁ ପଳାଇ ଯାଇ ପ୍ରେମ ବିବାହ କରିଥିଲେ । ବିବାହ ପରେ କାର୍ତ୍ତିକଙ୍କ ଘରକୁ ବଧୂ ବେଶରେ ଆସିଥିଲେ ପିଙ୍କି । ବେଶ ହସ ଖୁସିରେ ଚାଲିଥିଲା ପରିବାର । କାର୍ତ୍ତିକ କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର । ଖବର ପାଇ ପୁଲିସ ଘଟଣାସ୍ତଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking