31.1 C
Bhubaneswar
Saturday, September 21, 2024
Homeଓଡିଶାଶୋଇବା ପୂର୍ବରୁ ମଦ ପିଇଲେ ସୁଖନିଦ୍ରା ହୁଏ କି ? ଜାଣନ୍ତୁ..

ଶୋଇବା ପୂର୍ବରୁ ମଦ ପିଇଲେ ସୁଖନିଦ୍ରା ହୁଏ କି ? ଜାଣନ୍ତୁ..

ଭୁବନେଶ୍ୱର : ଦିନସାରା କର୍ମମୟ ଜୀବନରୁ କ୍ଲାନ୍ତ ଅବଶ ହେବା ପରେ ରାତ୍ରି ସମୟରେ ସୁଖ ନିଦ୍ରା ଅତି ଆବଶ୍ୟକ ହୋଇଥାଏ । ମାତ୍ର ବିଭିନ୍ନ କାରଣରୁ ସମସ୍ତଙ୍କୁ ସହଜରେ ସୁଖମୟ ନିଦ ମିଳିନଥାଏ, ଯାହା ପାଇଁ ସେମାନେ ଦିନତମାମ ଥକ୍କା ଓ ଅଳସୁଆପଣ ଅନୁଭବ କରିଥାନ୍ତି । ଅନେକ ଲୋକ ଭଲ ନିଦ ପାଇଁ ବିଭିନ୍ନ ପ୍ରକାର ନିଦ ବଟିକା ସେବନ କରିଥାନ୍ତି । ଆହୁରି ମଧ୍ୟ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ନିଜର କ୍ଲାନ୍ତପଣକୁ ଦୂରେଇ ଭଲ ନିଦ ପାଇଁ ମଦ ସେବନ କରିଥାନ୍ତି । ତେବେ ଭଲ ନିଦ ପାଇଁ ମଦ କେତେମାତ୍ରାରେ ପ୍ରଭାବୀ ଆସନ୍ତୁ ଜାଣିବା ।

ଏହି ସମ୍ପର୍କରେ ବିଶେଷଜ୍ଞମାନେ କହିବା ଅନୁସାରେ ଏହା ବାସ ଏକ ମନଗଢା କାହାଣୀ ଛଡ଼ା ଆଉ କିଛି ନୁହଁ । ସେମାନଙ୍କ ମତରେ ଶୋଇବା ପୂର୍ବାରୁ ମଦ ପିଇବା କ୍ଷତିକାରକ ଅଟେ କାମ ଯଦି ନ ଆପଣ ନିଶାବଶତଃ ଶୋଇ ବି ଯାଆନ୍ତି, ତଥାପି ଆପଣଙ୍କ ଶରୀରକୁ ଆରାମ ମିଳିପାରିନଥାଏ ଯାହା ଆପଣଙ୍କୁ ସ୍ବାଭାବିକ ଭାବେ ଆବଶ୍ୟକ ହୋଇଥାଏ ।

ଶୋଇବା ପୂର୍ବରୁ ମଦ୍ୟପାନ ଆପଣଙ୍କର ଆର ଇ ଏମ୍‌ ନିଦରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହା ବ୍ୟତୀତ, ଯଦି ବା ଆପଣ ନିଶାରେ ଶୋଇପଡିଥାନ୍ତି, କିନ୍ତୁ କିଛି ସମୟର ବ୍ୟବଧାନ ପରେ ଆପଣଙ୍କ ଶରୀରରୁ ମଦର ପରିମାଣ ଅବଶୋଷିତ ହେବାକୁ ଆରମ୍ଭ କଲେ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗିଥାଏ, ଯାହା ଫଳରେ ଆପଣଙ୍କ ନିଦ ଭାଙ୍ଗିଥାଏ । ଏହା ଛଡ଼ା ଆପଣ ମଦର ପେଗ୍‌ କେତେବେଳେ ନେଉଛନ୍ତି ଓ କେତେ ମାତ୍ରାର ନେଉଛନ୍ତି ତାହାର ପ୍ରଭାବ ଆପଣଙ୍କର ନିଦ ଉପରେ ପଡିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking