17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆସାମରେ ସୁଧୁରୁଛି ବନ୍ୟା ପରିସ୍ଥିତି : ଚାଲିଛି ରେସକ୍ୟୁ

ଆସାମରେ ସୁଧୁରୁଛି ବନ୍ୟା ପରିସ୍ଥିତି : ଚାଲିଛି ରେସକ୍ୟୁ

ଆସାମ : ବନ୍ୟା ଜଳରେ ଉବୁଟୁବୁ ହେଉଥିବା ଆସାମରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତେବେ ଆସାମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ହେତୁ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟ ପ୍ରାଣୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ରାଜ୍ୟର ୨୬ ଜିଲ୍ଲାର ପ୍ରାୟ ୨୩ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ବନ୍ୟା ଯୋଗୁ ୭ ଜୀବନ ଯାଇଥିବା ବେଳେ ଗତ ଘଣ୍ଟାରେ ଆଉ ୫ ଜଣ ଅକାଳରେ ଆଖି ବୁଜିଥିବା ଜଣାଯାଇଛି। ଫଳରେ ଏହି ସଂଖ୍ୟା ସମୁଦାୟ ୧୨ରେ ପହଞ୍ଚିଛି। ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ଏଥିରୁ ମଧ୍ୟ ବାଦ୍‌ ପଡ଼ିନାହିଁ। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୫୯ ବନ୍ୟଜନ୍ତୁ ପାଣିରେ ବୁଡି ମରିଥିବାବେଳେ ୧୩୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଏବେ ସାମାନ୍ୟ ପାଣି କମିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି। ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପାଣି କମିଥିବାରୁ ରେସ୍କ୍ୟୁ ମିଶନକୁ ଏବେ ଆହୁରି ଜୋରଦାର କରାଯିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking