36.3 C
Bhubaneswar
Wednesday, April 15, 2026
Homeଓଡିଶାପୁଣି ଘର ଭାଙ୍ଗିଲା ଦନ୍ତା

ପୁଣି ଘର ଭାଙ୍ଗିଲା ଦନ୍ତା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ହାତୀ ଉପଦ୍ରଵ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଉକ୍ତ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ମଧ୍ୟ ରାତ୍ରିରେ ଏକ ଦନ୍ତାହାତୀ କିଛିଦିନ ହେଲାଣି ଗ୍ରାମରେ ପଶି କାହାର ଘର ଭାଙ୍ଗି ଦେଉଛି ତ କାହାର ଘରେ ପଶି ଚାଉଳ ଖାଇଯାଉଛି। ଲୋକଙ୍କ ନିଦ ହଜେଇ ଦେଇଛି ଦନ୍ତା। ଗତକାଲି ବଣାଇରେ ଛତିଆଢ଼ିପା, ବାବୁନୁଗା, ଗୁଢ଼ୀଆଳି, ଅଂଚଳର ଜୟନ୍ତ ମାଝିଙ୍କ ଘର ଭାଙ୍ଗିବା ପରେ ହୃଷି ପାତ୍ରଙ୍କ ଘରକୁ ଭାଙ୍ଗି ହାତୀ ବଣ୍ଡଡିହି ଜଙ୍ଗଲକୁ ଚାଲିଯାଇଛି। ସୂଚନା ଅନୁସାରେ ଜୟନ୍ତୀଙ୍କ ଘର ଭିତରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଶୋଇଥିଲେ। ଦନ୍ତା ଘର ଭାଙ୍ଗିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଜୟନ୍ତ ମାଝିଙ୍କ ପରିବାର। ହାତୀ ଘର ଭାଙ୍ଗିବା ଯୋଗୁ ଇଟା ପଡି ଘର ଭିତରେ ତାଙ୍କ ସ୍ତ୍ରୀ ଗୁଡିଆ ମାଝୀ ଓ ପିଲାମାନେ ଚାପି ହୋଇ ରହିଯାଇଥିଲେ। ହାତୀ ଗଲା ପରେ ଗ୍ରାମବାସୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking