30.1 C
Bhubaneswar
Friday, February 13, 2026
Homeଅପରାଧମହିଳାଙ୍କୁ ଗଣଦୁଷ୍କର୍ମ

ମହିଳାଙ୍କୁ ଗଣଦୁଷ୍କର୍ମ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଛି ଲଜ୍ୟାଜନକ ଘଟଣା । ମହିଳାଙ୍କୁ ଗଣଦୁଷ୍କର୍ମ । ଗତକାଲି ରାତିରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ପ୍ରାୟ ୪ ଜଣ ଲୋକ ନିଶାଶକ୍ତ ଅବସ୍ଥାରେ ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟ ପାହାଡ଼ ନିକଟକୁ ଟେକି ନେଇଥିଲେ। ପରେ ସେଠାରେ ଉକ୍ତ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଏଥିସହ ମହିଳାଙ୍କ ଯୌନାଙ୍ଗରେ ଅଭିଯୁକ୍ତମାନେ ମଦ ବୋତଲ ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପୋଲିସ ମହିଳାଙ୍କୁ କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା। ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତେବେ ମହିଳାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ବାବନପୁର ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେଣୁ ପୋଲିସ ଏହି ପ୍ରମାଣକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking