30.1 C
Bhubaneswar
Tuesday, February 10, 2026
Homeଓଡିଶାହାଇୱା ଧକ୍କାରେ କଲେଜ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ

ହାଇୱା ଧକ୍କାରେ କଲେଜ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ

ରାଇରଙ୍ଗପୁର : ରାଇରଙ୍ଗପୁର ସହରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ହାଇୱା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ବହଳଦା ଥାନା ଅନ୍ତର୍ଗତ ଭୁରସା ଗ୍ରାମରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ମୃତ୍ୟୁବରଣ କରିଥିବା କଲେଜ ଛାତ୍ରୀ ଜଣକ ସୋସୋ ଚଟାଣୀ ସାହିର ନିଳକଣ୍ଠ ବେହେରାଙ୍କ ବଡ଼ଝିଅ ନମୀତା ବେହେରା (୧୭) ବୋଲି ଜଣାପଡିଛି। ନିଳକଣ୍ଠ ବେହେରା ଏକ ସ୍କୁଟି ଯୋଗେ ତାଙ୍କ ଝିଅକୁ କଲେଜ ଛାଡ଼ିବାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଚିପ୍ସ ବୋଝେଇ ହାଇୱା ସହିତ ଧକ୍କା ହୋଇଥିଲା। ଫଳରେ ନମୀତା ହାଇୱା ଚକ ତଳେ ପଡି ଯିବାରୁ ନମୀତାଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣାକୁନେଇ କିଛିସମୟ ପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚଥିଲା। ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ହାଇୱାକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଛି ପୋଲିସ। ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସେପଟେ ନମୀତାଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ମୃତା ଛାତ୍ରୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking