29.1 C
Bhubaneswar
Tuesday, April 28, 2026
Homeଅପରାଧବ୍ଲଗ ନିଶାରେ ଟାଣ ଖରା କାର ଭିତରେ ଛୁଆକୁ ଛାଡିଲେ ଦମ୍ପଦି

ବ୍ଲଗ ନିଶାରେ ଟାଣ ଖରା କାର ଭିତରେ ଛୁଆକୁ ଛାଡିଲେ ଦମ୍ପଦି

ନୂଆଦିଲ୍ଲୀ : ଜାପାନରେ ଘଟିଛି ଅଭାବନୀୟ ଘଟଣା। ବ୍ଲଗ ନିଶାରେ ଟାଣ ଖରାରେ ଛୁଆକୁ ଛାଡିଲେ ଦମ୍ପଦି। ଶିଶୁ ଜଣକ କାର ଭିତରେ ବିକଳରେ କାନ୍ଦୁଥିବା ବେଳେ ତାର ବାପା ଓ ମା’ ବ୍ଲଗିଙ୍ଗରେ ବ୍ୟସ୍ତ ଥିଲେ। ରାଉ-ନାନୋ ଫେମିଲି ନାମକ ୟୁଟ୍ୟୁବ ପେଜରେ ସେୟାର ହୋଇଥିବା ଭିଡିଓରେ ଦମ୍ପତି ଦେଖାଉଛନ୍ତି, ତାଙ୍କର ୨ବର୍ଷର ଶିଶୁ ଟାଣ ଖରାରେ ଛିଡ଼ା ହୋଇଥିବା କାର ଭିତରେ ବନ୍ଦ ହୋଇ ହୋଇ ଯାଉଛି। ଏହି ସମୟରେ ଦମ୍ପତି ଶିଶୁକୁ ଉଦ୍ଧାର କରିବା ବଦଳରେ ତାର ଭିଡିଓ କରୁଛନ୍ତି।ଅଧାଘଣ୍ଟା ଧରି ୨ବର୍ଷର ଶିଶୁ ନାନୋକାକୁ କାର ଭିତରୁ ଉଦ୍ଧାର କରିବା ବଦଳରେ ତାର ବାପା ଲକ କେମିତି ଖୋଲାଯିବ ସେ ବିଷୟରେ ଶିଶୁକୁ ବତାଉଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ ରହିଛି। କାରଣ ୨ବର୍ଷ ଶିଶୁ ବା କ’ଣ ବୁଝୁଥିବ। ସେ ପୁଣି ବାପାଙ୍କ କଥା ଶୁଣି କାର ଲକ ଫିଟାଇ।‌ ଶେଷରେ ନାନୋକର ବାପା କାର ଲକ ଭାଙ୍ଗୁଥିବା କର୍ମଚାରୀଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରର ତାଲା ଭାଙ୍ଗିବା ପରେ ଯାଇ ଶିଶୁକୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇ ପାରିଥିଲା। ଏହି ଘଟଣା‌ରେ ସମ୍ପୃକ୍ତ ଥିବା ଶିଶୁ ନାନୋକରର ବାପା ଓ ମା’ଙ୍କୁ ଲୋକେ ତୀବ୍ର ନିନ୍ଦା କରିବା ସହିତ ଉକ୍ତ ଦମ୍ପତିଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ନିକଟରେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking