31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆରପାରିରେ ଉଷା ଉଥୁପଙ୍କ ସ୍ବାମୀ ଜାନି ଚାକୋ ଉଥୁପ

ଆରପାରିରେ ଉଷା ଉଥୁପଙ୍କ ସ୍ବାମୀ ଜାନି ଚାକୋ ଉଥୁପ

ମୁମ୍ବାଇ : ଆରପାରିରେ ଉଷା ଉଥୁପଙ୍କ ସ୍ବାମୀ। ଭାରତର ଲୋକପ୍ରିୟ ପପ୍ ଆଇକନ୍ ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ ଉଥୁପଙ୍କ ସୋମବାର କୋଲକାତାରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାନି ତାଙ୍କ ବାସଭବନରେ ଟିଭି ଦେଖିବା ସମୟରେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକଙ୍କ ଅନୁଯାୟୀ, ଉଷାଙ୍କ ସ୍ୱାମୀ ଜାନିଙ୍କ ମୃତ୍ୟୁର କାରଣ ହେଉଛି ହୃଦ୍‌ଘାତ। ତେବେ ଚା ’ବୃକ୍ଷରୋପଣ କ୍ଷେତ୍ର ସହିତ ଜଡ଼ିତ ଥିବା ଜାନି ଉଷାଙ୍କ ଦ୍ୱିତୀୟ ସ୍ୱାମୀ ଥିଲେ। ସେମାନେ ପ୍ରଥମେ ୭୦ଦଶକରେ ଆଇକନିକ୍ ରେସ୍ତୋରାଁ ଟ୍ରିନକାସରେ ପରସ୍ପରକୁ ଭେଟିଥିଲେ। ଉଷାଙ୍କ ବ୍ୟତୀତ ଜାନି ନିଜ ପୁଅ ଓ ଝିଅଙ୍କ ସହିତ ରହୁଥିଲେ। ଗତକାଲି ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମସଂସ୍କାର ହେବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking