30.1 C
Bhubaneswar
Wednesday, March 25, 2026
Homeଓଡିଶାବିଷାକ୍ତ ସାପ ଦଂଶନରେ ଚାଲିଗଲା ନାବାଳକ ଜୀବନ

ବିଷାକ୍ତ ସାପ ଦଂଶନରେ ଚାଲିଗଲା ନାବାଳକ ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ୧୬ ବର୍ଷର ନାବାଳକଙ୍କର ଆଜି ସାପ ଦଂଶନରେ ମୃତ୍ୟୁ ହୋଇଛି।‌ ସୂଚନା ଅନୁଯାୟୀ ପୁଟୁଳିଆ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର(୧୬)ବର୍ଷ ରାତିରେ ଘର ଛାତ ଉପରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା। କିଛି ସମୟ ପରେ ପରିବାର ଲୋକେ ଜାଣି ପାରି ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ ପୁଅ ବଞ୍ଚିବା ଆଶାରେ ତାଙ୍କ ପରିବାର ଲୋକ ଗୁଣିଆ ଡାକି ମେଡିକାଲ ରେ ଛଡାଫୁଙ୍କା କଲା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏନେଇ ପାଟଣା ଥାନାରେ‌‌ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking