28.1 C
Bhubaneswar
Monday, April 27, 2026
Homeଓଡିଶାବନ୍ଧା ହେଲେ ବାର ମାଲିକ

ବନ୍ଧା ହେଲେ ବାର ମାଲିକ

ଭୁବନେଶ୍ୱର : କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ମହିଳା ଅବକାରୀ ଅଧିକାରୀଙ୍କୁ ବାର ମାଲିକ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ବାର ମାଲିକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୂଚନା ଯୋଗ୍ୟ ଯେ, ଗତ ବିଳମ୍ବିତ ରାତିରେ ଆବକାରି ବିଭାଗର ସୁପରିଟେଣ୍ଡେଣ୍ଟ ନିଜ ସହକର୍ମୀଙ୍କ ସହ ମିଶି କଟକ ରୋଡରେ ଥିବା “ରେନ ଦି କ୍ଲବ” ବାର ଆଣ୍ଡ ରେଷ୍ଟୁରାଣ୍ଟ ଇନ୍ସପେକ୍ସନରେ ଯାଇଥିବା ବେଳେ ଉକ୍ତ ବାରର ମାଲିକ ତଥା ସେମାନଙ୍କ ଗାଡି ଆଗରେ ବସି ଗାଡିକୁ ରାସ୍ତାରେ ଅଟକାଇବା ସହିତ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପୂର୍ବକ ରେଷ୍ଟୁରାଣ୍ଟ ଇନ୍ସପେକ୍ସନ କରିବାକୁ ଦେଇନଥିଲେ । ଇନ୍ସପେକ୍ସନ କାର୍ଯ୍ୟରେ ଯାଇଥିବା କର୍ମଚାରୀ ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମହିଳା ଅଧିକାରୀଙ୍କ ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ଘଟଣାର ତଦନ୍ତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ବାର ମାଲିକଙ୍କୁ ଗିରଫ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking