29.1 C
Bhubaneswar
Saturday, October 5, 2024
Homeଓଡିଶାଗଛ ଲଗାଇଲେ ବିଧାୟକ ପଦ୍ମଚରଣ ହାଇବୁରୁ

ଗଛ ଲଗାଇଲେ ବିଧାୟକ ପଦ୍ମଚରଣ ହାଇବୁରୁ

କରଞ୍ଜିଆ : ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ କରଞ୍ଜିଆ ବନଖଣ୍ଡ ଅଧୀନ ବିଭିନ୍ନ ବନାଞ୍ଚଳରେ ୭୫ ତମ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଆଜି କରଞ୍ଜିଆ ବନଖଣ୍ଡ ପକ୍ଷରୁ ବନ ମହୋତ୍ସବର ଷଷ୍ଠ ଦିନରେ ଵୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ କଲେଜ ନିକଟସ୍ଥ ନଗରବାଟିକା ଠାରେ ସ୍ଥାନୀୟ ବିଧାୟକ ପଦ୍ମଚରଣ ହାଇବୁରୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠି, କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ବିଡ଼ିଓ ସୁଶାନ୍ତ କୁମାର ସୁତାର ପ୍ରମୁଖ ଯୋଗଦେଇଥିଲେ। ଅତିଥିଗଣ ଉପସ୍ଥିତ ଥିବା ଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଗଛ ଲଗେଇବା ଦ୍ୱାରା କଣ ଉପକାର ହୋଇଥାଏ ଓ଼ ଗଛର ସୁରକ୍ଷା ନେଇ ନିଜ ଅଭିଭାଷଣ ରଖି ସମସ୍ତଙ୍କୁ ଗଛ ଲଗେଇବାକୁ ପରାମର୍ଶ ଦେଇଥିଲେ | ବନ ମହୋତ୍ସବ ସପ୍ତାହରେ କରଞ୍ଜିଆ ସହରର ଅନେକ ଲୋକ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହ ଦେଖାଉଥିବା ବେଳେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ୫୦ ରୁ ଉର୍ଦ୍ଧ୍ବ ବଟ ଓ ଅଶ୍ୱତ୍ଥ ଚାରା ରୋପଣ କରି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଏହି ବନ ମହୋତ୍ସବରେ କରଞ୍ଜିଆ ପାଞ୍ଚପିଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କୁ ବୃକ୍ଷର ଆବଶ୍ୟକତା ସାଙ୍ଗକୁ ବିଜୁଳି ଘଡଘଡି ସମୟରେ ତାଳ ଗଛର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ପରେ ବିଧାୟକ ଗଛ ଚାରା ନିକଟକୁ ଯାଇ ପୂଜାର୍ଚ୍ଚନା କରିବା ପରେ ସମସ୍ତ ଅତିଥିବୃନ୍ଦ ଗଛ ଲଗେଇବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଆଜିର କାର୍ଯ୍ୟକ୍ରମରେ କରଞ୍ଜିଆ ସାମ୍ବାଦିକ, ପାଞ୍ଚପିଢ଼ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଛାତ୍ରୀ ଏବଂ ଏସିଏଫ୍ ମଦନମୋହନ ମହାନ୍ତ, ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ସମେତ ବନଖଣ୍ଡ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking