30.1 C
Bhubaneswar
Saturday, October 5, 2024
Homeଓଡିଶାଜଳଭଣ୍ଡାରରେ ବୁଡି ଯୁବକ ମୃତ

ଜଳଭଣ୍ଡାରରେ ବୁଡି ଯୁବକ ମୃତ

ଅନୁଗୁଳ : ଜଳଭଣ୍ଡାରରେ ବୁଡି ଯୁବକ ମୃତ । ଅନୁଗୁଳ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଳ ଭଣ୍ଡାର ଭିତରେ ପଶି ଡଙ୍ଗାରେ ଫଟୋ ଉଠାଉଥିବା ବେଳେ ହଠାତ୍ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ୪ ଜଣ ଯୁବକ ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେଠାରେ ବୁଲାବୁଲି କରି ଫଟୋ ଉଠାଇଥିଲେ । ପରେ ସେମାନେ ଫଟୋ ଉଠାଇବାକୁ ସେଠାରେ ଥିବା ଏକ ଡଙ୍ଗା ନେଇ ଜଳଭଣ୍ଡାର ଭିତରକୁ ଯାଇଥିଲେ । ତେବେ କିଛିଦୂର ଗଲା ପରେ ହଠାତ ଡଙ୍ଗାଟି ଲେଉଟି ପଡିଥିଲା । ଫଳରେ ଚାରିଜଣ ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଜଣେ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ପହଂଚି ଖୋଜାଖୋଜି କରିଥିଲେ । ପ୍ରାୟ ଏକ ଘଣ୍ଟା ଖୋଜିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣଙ୍କ ହୁଲୁରିସିଂହାର ପାର୍ଥ ଗୋଛୟତ ବୋଲି ଜଣା ପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking